ଦେଶରେ ଲାଗୁ ହେବ ପ୍ରତିବନ୍ଧକ ବିହୀନ ଟୋଲ୍ ବ୍ୟବସ୍ଥା, କିଲୋମିଟର ହିସାବରେ କଟିବ ଟଙ୍କା
ନୂଆଦିଲ୍ଲୀ: ଦେଶରେ ପ୍ରତିବନ୍ଧକ ବିହୀନ ଟୋଲ୍ ବ୍ୟବସ୍ଥା ଲାଗୁ କରିବା ଉପରେ ବିଚାର କରାଯାଉଛି। ବର୍ତ୍ତମାନ ଦିଲ୍ଲୀ-ମିରଟ ଏକ୍ସପ୍ରେସ୍ୱେର ଏହାର ପରୀକ୍ଷଣ ଚାଲିଛି। ତାହା ସଫଳ ହେଲେ ସାରା ଦେଶରେ ସେହି ବ୍ୟବସ୍ଥା ଲାଗୁ କରାଯିବ ବୋଲି ସଡ଼କ ଓ ରାଜପଥ ପରିବହନ ରାଷ୍ଟ୍ରମନ୍ତ୍ରୀ ଭି କେ ସିଂହ କହିଛନ୍ତି। ସେ କହିଲେ, ନୂଆ ବ୍ୟବସ୍ଥାରେ ଗାଡ଼ି ଯାତ୍ରା କରିଥିବା କିଲୋମିଟର ହିସାବରେ ଟଙ୍କା କଟିବ। ଏବେ ଟୋଲ ନିୟମ ଅନୁସାରେ ନିର୍ଦ୍ଦିଷ୍ଟ ପ୍ରକାରର ସବୁ ଗାଡ଼ିଠାରୁ ସମାନ ପରିମାଣର ଟିକସ ସଂଗ୍ରହ କରାଯାଉଛି।
ଆଗାମୀ ଦିନରେ ସେହି ବ୍ୟବସ୍ଥା ବଦଳିବ। ଫାଷ୍ଟ୍ଟ୍ୟାଗ୍ ବ୍ୟବହାର ପରେ ଟୋଲ୍ ପ୍ଲାଜାରେ ଅପେକ୍ଷା ସମୟ ୪୭ ସେକେଣ୍ଡକୁ ହ୍ରାସ ପାଇଛି। ଆଗକୁ ତାହା ୩୦ ସେକେଣ୍ଡ୍ରୁ କିଭଳି କମ୍ ହେବ ତାହା ଉପରେ ସରକାର କାମ କରୁଛନ୍ତି। ନୂଆ ବ୍ୟବସ୍ଥାରେ ଉପଗ୍ରହଭିତ୍ତିକ ଓ କ୍ୟାମେରାଭିତ୍ତିକ ଛବି ଆଧାରରେ ଟୋଲ ଶୁଳ୍କ ସଂଗ୍ରହ କରାଯିବ।
Powered by Froala Editor