୪ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର: ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ୨୦୨୪ ନିର୍ବାଚନ ପାଇଁ ରାଜ୍ୟରେ ରାଜନୈତିକ ମାହୋଲ ଦେଖିବାକୁ ମିଳୁଥିବା ବେଳେ ଆସନ୍ତା ୪ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶୁକ୍ରବାର ଦିନ ଓଡିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଦୁଇଦିନିଆ ଓଡିଶା ଗସ୍ତରେ ଆସୁଥିବା ସୂଚନା ମିଳିଛି । ଏକ ସରକାରୀ କାର୍ୟ୍ୟକ୍ରମରେ ଯୋଗଦେବେ । ଏହାସହ ଦଳୀୟ କର୍ମକର୍ତ୍ତାଙ୍କ ସହ ବୈଠକ କରିବା ନେଇ ସୂଚନା । ୨୦୨୪ ନିର୍ବାଚନ ପାଇଁ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱ ବହନ କରୁଛି । ଏଥିପାଇଁ କମିସନରେଟ ପୁଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ଗୃହମନ୍ତ୍ରୀଙ୍କ ଗସ୍ତ ଲାଗି ସ୍ୱତନ୍ତ୍ର ପୁଲିସ ଫୋର୍ସ ମୁତୟନ ରହିବେ । ତେବେ ଶାହାଙ୍କ ଗସ୍ତ ସମୟ ଏବଂ କେଉଁ ସମୟରେ ବୈଠକ ରହିଛି ଏ ନେଇ ସବିଶଷ ସୂଚନା ମିଳିପାରି ନାହିଁ ।
Powered by Froala Editor