ଜୁଲାଇରେ ଜିଏସଟି ୧୧% ବଢ଼ିଲା

ଜୁଲାଇରେ ଜିଏସଟି ସଂଗ୍ରହ ୧୧ ପ୍ରତିଶତ ବୃଦ୍ଧି ପାଇ ୧.୬୫ ଲକ୍ଷ କୋଟିରୁ ଅଧିକ ହୋଇଛି। କ୍ରମାଗତ ପଞ୍ଚମ ମାସ ପାଇଁ ଜିଏସଟି ସଂଗ୍ରହ ୧.୬୦ ଲକ୍ଷ କୋଟି ଅତିକ୍ରମ କରିଛି। ଅର୍ଥ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଜୁଲାଇ ମାସରେ ଜିଏସଟି ରାଜସ୍ବ ୧୧ ପ୍ରତିଶତ ଅଧିକ ରହିଛି। ଏହା ହେଉଛି ପଞ୍ଚମ ଥର ଯେତେବେଳେ ମୋଟ ଜିଏସଟି ସଂଗ୍ରହ ୧.୬୦ ଲକ୍ଷ କୋଟି ମାର୍କ ଅତିକ୍ରମ କରିଛି। ଜୁନ ମାସରେ ଜିଏସଟି ସଂଗ୍ରହ ୧,୬୧,୪୯୭ କୋଟି ଟଙ୍କା ଥିଲା।
ଗତ ମାସରେ ଏହା ୧,୬୫,୧୦୫ କୋଟି ଟଙ୍କା ରହିଥିଲା, ଯେଉଁଥିରେ ସିଜିଏସଟ ୨୯,୭୭୩ କୋଟି, ଏସଜିଏସଟି ୩୭,୬୨୩ କୋଟି, ଆଇଜିଏସଟି ୮୫,୯୩୦ କୋଟି (ସାମଗ୍ରୀ ଆମଦାନୀରେ ସଂଗୃହିତ ୪୧,୨୩୯ କୋଟି ଟଙ୍କା) ଏବଂ ସେସ ୧୧,୭୭୯ କୋଟି (ସାମଗ୍ରୀ ଆମଦାନୀରେ ସଂଗୃହିତ ୮୪୦ କୋଟି ଟଙ୍କା ଅନ୍ତର୍ଭୁକ୍ତ କରି) ଟଙ୍କା ଥିଲା।
Powered by Froala Editor