ଯେଉଁଠାରେ ଘଂଟାକ ପାଇଁ ୧୫୦୦ ଟଙ୍କା ନିଅନ୍ତି ସମ୍ପର୍କୀୟ

ଦକ୍ଷିଣ କୋରିଆ ସର୍ବଦା ଚର୍ଚ୍ଚାରେ ରହିଥାଏ । ତେବେ ଏଠାର ଏକ ଅଜବ କଥା ହେଉଛି ଏଠାରେ ଲୋକଙ୍କୁ ମୋଟା ଅଙ୍କରେ ଟଙ୍କା ଦେଇ ସମ୍ପର୍କୀୟ ଭାବେ ଭଡାରେ ଅଣାଯାଏ । କାରଣ ଏଠାକାର ଲୋକେ ବିଶ୍ୱାସ କରନ୍ତି ଯେ ଯାହାର ଅଧିକ ବନ୍ଧୁ ତାର,ସମାଜରେ ସେତିକି ଆଧିପତ୍ୟ । ତେଣୁ ଲୋକେ ନିଜ ଖାତି ଜଣାଇବା ପାଇଁ ନିଜର ବିଭିନ୍ନ ଉତ୍ସବରେ ସମ୍ପର୍କୀୟଙ୍କୁ ଭଡାରେ ଆଣିଥାନ୍ତି । ଏମାନଙ୍କୁ ଘଂଟାକ ପାଇଁ ୧୫୦୦ ଟଙ୍କା ଦିଆଯାଇଥାଏ । ଟଙ୍କା ନେଇ ଏମାନେ ଏତେ ଭଲ ଅଭିନୟ କରନ୍ତି ଯେ ସେମାନଙ୍କ ଆଗରେ ପ୍ରକୃତ ସମ୍ପର୍କୀୟ ଫେଲ୍ ମାରିଯାଆନ୍ତି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏଠାରେ ବହୁତ ଗୁଡିଏ ଏଜେନ୍ସି ଅଛି ,ଯାହା ସମ୍ପର୍କୀୟ ଯୋଗାଇଥାଏ । ଏହି ଏଜେନ୍ସି ଲୋକଙ୍କୁ ତାଲିମ ଦେଇ ପଠାଇଥାନ୍ତି ଫଳରେ, ସେମାନେ ନିଖୁଣ ଭାବେରେ ଅଭିନୟ କରିଥାନ୍ତି ।
Powered by Froala Editor