ହୁ ହୁ ହୋଇ ଜଳିଗଲା ଚଳନ୍ତା ଗାଡ଼ି
କେନ୍ଦୁଝର,: କେନ୍ଦୁଝର ଜିଲ୍ଲା ବଡ଼ବିଲ୍ ଥାନା ନିକଟରେ ଏକ ଚଳନ୍ତା ଗାଡ଼ିରେ ନିଆଁ ଲାଗି ହୁ ହୁ ହୋଇ ଜଳିଗଲା । ରୁଗୁଢ଼ି ପଟୁ ଏକ ହାଇୱା ଗାଡ଼ି ଭଦ୍ରାସାହି ଅଭିମୁଖେ ଯାଉଥିବା ସମୟରେ ଟଂଟୋ ଗ୍ରାମ ନିକଟସ୍ଥ ବିଆରପିଏଲ କମ୍ପାନୀ ସମ୍ମୁଖରେ ଗାଡ଼ିଟିରେ କୌଣସି କାରଣରୁ ଧୂଆଁ ବାହାରିବାରୁ ଚାଳକ ଜଣକ ଗାଡ଼ିଟିକୁ ରାସ୍ତା କଡ଼କୁ ରଖି ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ । ଦେଖୁ ଦେଖୁ ଗାଡ଼ିଟି ହୁ ହୁ ହୋଇ ଜଳିବାକୁ ଲାଗିଥିଲା । ରାସ୍ତାରେ ନିୟୋଜିତ ସୁରକ୍ଷା କର୍ମୀ ଅଗ୍ନିଶମ ବିଭାଗ ଓ ବଡ଼ବିଲ୍ ପୋଲିସ୍କୁ ଖବର ଦେଇଥିଲେ ।
ଖବର ପାଇ ବଡ଼ବିଲ୍ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଜଳିଯାଇଥିଲା । ସର୍ଟ ସର୍କିଟ୍ ଯୋଗୁଁ ଗାଡ଼ିରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ବଡ଼ବିଲ୍ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Powered by Froala Editor