ଅଞ୍ଜୁଙ୍କୁ ଚାକିରି ସହ ପ୍ଲଟ ଉପହାର
ରାଜସ୍ଥାନର ଅଲୱର ଜିଲ୍ଲାର ଭିୱାଡିରୁ ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ପାକିସ୍ତାନ ଯିବା ପରେ ଅଞ୍ଜୁ ଇସଲାମ ଗ୍ରହଣ କରିବା ସହ ତାଙ୍କର ଫେସବୁକ ବନ୍ଧୁ ନସରୁଲ୍ଲାଙ୍କୁ ବିବାହ କରିଥିଲେ। ନିଜ ବୟଫ୍ରେଣ୍ଡ ସହ ମୁସଲିମ୍ ପରମ୍ପରାରେ ବିବାହ କରିବା ପରେ ଏବେ ଅଞ୍ଜୁକୁ ମିଳିଛି ୪୦ ଲକ୍ଷ ଟଙ୍କାର ଫ୍ଲାଟ୍ ।
ଜଣେ ପାକିସ୍ତାନୀ ବ୍ୟବସାୟୀ ଅଞ୍ଜୁଙ୍କୁ ଏକ ପ୍ଲଟ ଉପହାର ଦେଇଥିବା ସହ ତାଙ୍କ କମ୍ପାନିରେ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିବା କୁହାଯାଉଛି। ଏହା ସହିତ ସହାୟତା ରାଶି ଭାବରେ ତାଙ୍କୁ ଏକ ଚେକ୍ ମଧ୍ୟ ହସ୍ତାନ୍ତର କରାଯାଇଛି। ତେବେ ଚେକରେ କେତେ ପାକିସ୍ତାନୀ ଟଙ୍କା ଉଲ୍ଲେଖ କରାଯାଇଛି, ତାହା ଜଣାପଡ଼ି ନାହିଁ।
ତେବେ ପାକିସ୍ତାନର ଏହି ବ୍ୟବସାୟୀ ଜଣକ କିଏ, ସେନେଇ କୌଣସି ସୂଚନା ମିଳିପାରିନି । ଏଥିସହିତ କେଉଁ ଅଞ୍ଚଳରେ ସେ ଅଞ୍ଜୁକୁ ଫ୍ଲାଟ୍ ଗିଫ୍ଟ କରିଛନ୍ତି ତାହା ମଧ୍ୟ ସ୍ପଷ୍ଟ ହେଇପାରିନି । ତେବେ ମିଳିଥିବା ରିପୋର୍ଟ ମୁତାବକ, ଅଞ୍ଜୁକୁ କେବଳ ୪୦ ଲକ୍ଷ ଟଙ୍କାର ଫ୍ଲାଟ୍ ଗିଫ୍ଟରେ ମିଳିଛି ।
Powered by Froala Editor