ଚାକିରିରୁ ବିଦା ହେଲେ ୩ ଅବକାରୀ କର୍ମଚାରୀ
ଭୁବନେଶ୍ବର: ବେଆଇନ କାରବାରରେ ଲିପ୍ତ ଥିବା ୩ ଜଣ କର୍ମଚାରୀଙ୍କୁ ରାଜ୍ୟ ଅବକାରୀ କମିଶନର ନରସିଂହ ଭୋଲ ଚାକିରିରୁ ବିଦା କରିଛନ୍ତି। ସେମାନେ ହେଲେ ଅବକାରୀ ଏଏସ୍ଆଇ ଅରୋପଲକ ଦାସ, କନେଷ୍ଟବଳ ତ୍ରିଲୋଚନ ରାଇଚେତି ଓ କନେଷ୍ଟବଳ ଆର ଭେଙ୍କେଟେଶ । ଏମାନେ ସମସ୍ତ ବେଆଇନ୍ ଗଞ୍ଜେଇ ଚାଲାଣ କରୁଥିବା ଟ୍ରକକୁ ବାଟ କଢାଇ ନେଉଥିବାର ଅଭିଯୋଗରେ ଗିରଫ ହୋଇଥିଲେ ।
ସୂଚନା ଅନୁଯାୟୀ ଅବକାରୀ ବିଭାଗର ଏହି ତିନି କର୍ମଚାରୀ ଗଞ୍ଜେଇ ଚାଲାଣ ଟ୍ରକକୁ ସହାୟତା କରୁଥିବାରୁ ସେମାନଙ୍କ ବିରୁଦ୍ଧରେ ପଟାଙ୍ଗି ଥାନରେ ଗତବର୍ଷ ସେପ୍ଟେମ୍ବର ମାସରେ ମାମଲା ରୁଜୁ ସହିତ ସେମାନଙ୍କୁ ଗିରଫ କରାଯାଇଥିଲା । ଅବକାରୀ ପୋଷାକରେ ରହି ସେମାନଙ୍କର ଏଭଳି ନିଶା କାରବରରେ ସହାୟତା ବିଭାଗକୁ ନିନ୍ଦିତ କରିଛି । ସେମାନେ ଏବେ ବି ନ୍ୟାୟିକ ହାଜତରେ ରହିଥିବାବେଳେ ପ୍ରାରମ୍ଭିକ ଚାର୍ଜସିଟ୍ ଦାଖଲ ହୋଇଛି ।
Powered by Froala Editor