ଗୋଷ୍ଠୀ ବିକାଶ ପ୍ରୟାସ ଜରିଆରେ ସମ୍ମୁଖ ଯୋଦ୍ଧା ଓ ନିଜ ଗ୍ରାହକଙ୍କୁ ସହାୟତା ଯୋଗାଉଛି ମାଇକ୍ରୋଫାଇନାନ୍ସ ଶିଳ୍ପ

ଭୁବନେଶ୍ୱର : କୋଭିଡ ୧୯ ସାରା ବିଶ୍ୱରେ ଜୀବନଯାତ୍ରା ଓ ଅର୍ଥନୀତିରେ ବ୍ୟାଘାତ ପହଞ୍ଚାଇଛି । ଭାରତରେ କୋଭିଡକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ଭାରତରେ ଗଣ ସଚେତନତା ସୃଷ୍ଟି ସହିତ ସମୁଦାୟ ଜନସଂଖ୍ୟାରେ ମୁଖ୍ୟସ୍ଥାନ ନେଉଥିବା ନିମ୍ନ ଆୟକାରୀ ଗ୍ରାମାଞ୍ଚଳ ପରିବାର ସମେତ ସମସ୍ତଙ୍କୁ ରିଲିଫ ଯୋଗାଇଦେବା ଅନିବାର୍ଯ୍ୟ ହୋଇପଡିଥିଲା । ସର୍ବଭାରତୀୟ ସ୍ତରରେ କାର୍ଯ୍ୟକାରିତା ରହିଥିବା ଏବଂ ୬ କୋଟିରୁ ଅଧିକ ମହିଳାଙ୍କର ସହିତ ମଜଭୁତ ସଂଯୋଗ ରହିଥିବା ଦୃଷ୍ଟିରୁ ଏନବିଏଫସି- ଏମଏଫଆଇ, ଏନବିଏଫସି, ବ୍ୟାଙ୍କ, କ୍ଷୁଦ୍ର ଅର୍ଥଲଗାଣକାରୀ ବ୍ୟାଙ୍କ ଏବଂ ବ୍ୟାଙ୍କିଙ୍ଗ କରେସପଣ୍ଡେଣ୍ଟ ଆଦିକୁ ନେଇ ଗଠିତ ମାଇକ୍ରୋଫାଇନାନ୍ସ ଶିଳ୍ପ ନିଜର ବିବିଧ ଗୋଷ୍ଠୀଭିତ୍ତିକ ପ୍ରୟାସ ଜରିଆରେ ସରକାରଙ୍କ ଉଦ୍ୟମକୁ ପରିବର୍ଦ୍ଧିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଉକ୍ତ ପ୍ରୟାସଗୁଡିକ ସମ୍ପର୍କରେ ନିମ୍ନରେ ଉଲ୍ଲେଖ କରାଯାଇଛି । ଏହି ସମସ୍ତ ପ୍ରୟାସ ଗ୍ରାହକ, ସରକାରୀ ଅଧିକାରୀ, ପୁଲିସ ଏବଂ ଚିକିତ୍ସା କ୍ଷେତ୍ରରେ ନିୟୋଜିତ ବ୍ୟକ୍ତିବିଶେଷ ଆଦି ସମ୍ମୁଖ ଭାଗର କର୍ମୀ, ପ୍ରବାସୀ ଶ୍ରମିକ ଆଦିଙ୍କ ସମେତ ସମାଜର ବିଭିନ୍ନ ବର୍ଗର ଆବଶ୍ୟକତା ପ୍ରତି ଦୃଷ୍ଟି ଦେଇଥିଲା ।
ପିଏମ୍ କେୟାର୍ସ ପାଣ୍ଠି: ୩୫ଟି ସଂଗଠନ ଓ ୫୪,୦୩୪ରୁ ଅଧିକ କର୍ମଚାରୀଙ୍କ ମିଳିତ ପ୍ରୟାସ ଦ୍ୱାରା ପିଏମ୍ କେୟାର୍ସ ପାଣ୍ଠିକୁ ୩.୩୯ କୋଟି ଟଙ୍କା ପ୍ରଦାନ କରିଛି ।
ସାଟିନ କ୍ରେଡିଟକେୟାର ଆସାମ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ୫ ଲକ୍ଷ ଟଙ୍କା ଦାନ କରିଥିବାବେଳେ କ୍ରେଡିଟଆକ୍ସେସ ଗ୍ରାମୀଣର କର୍ମଚାରୀମାନେ ସରକାରୀ ପଦକ୍ଷେପ ପ୍ରତି ସେମାନଙ୍କର ମଜଭୁତ ସମର୍ଥନର ନିଦର୍ଶନ ସ୍ୱରୂପ ପିଏମ୍ କେୟାର୍ସ ପାଣ୍ଠିକୁ ୫୬ ଲକ୍ଷ ଟଙ୍କା ଦାନ କରିଥିଲେ ।
ରିଲିଫ ସାମଗ୍ରୀ: ମାଇକ୍ରୋଫାଇନାନ୍ସ ଶିଳ୍ପର ସମ୍ମିଳିତ ପ୍ରୟାସ ବଳରେ ଦେଶର ସମସ୍ତ ରାଜ୍ୟ ଓ ଜିଲାରେ କୋଭିଡ ସଚେତନତା କାର୍ଯ୍ୟକ୍ରମ ଏବଂ ରିଲିଫ ସାମଗ୍ରୀ ପହଞ୍ଚିପାରିଥିଲା ।
ଫ୍ୟୁଜନ ମାଇକ୍ରୋଫାଇନାନ୍ସ ୩,୮୨,୦୦୦ ଗ୍ରାମାଞ୍ଚଳ ଜନସାଧାରଣ, ପୁଲିସ ବିଭାଗ ଏବଂ ଜିଲା ପ୍ରଶାସନକୁ ସହାୟତା କରିଥିଲା, ଯେଉଁମାନେ ଦ୍ୱାରଦେଶରେ ସ୍ୱାସ୍ଥ୍ୟରକ୍ଷା ସାମଗ୍ରୀ ପହଞ୍ଚାଣରୁ ଉପକୃତ ହୋଇଥିଲେ ଏବଂ ୨,୦୮,୦୦୦ ତୁଣ୍ଡି, ୨୮,୩୦୦ ସାନିଟାରୀ ନାପ୍କିନ ଏବଂ ୨୬୦୦ ଲିଟର ସାନିଟାଇଜର ଭାରତର ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୬୫୦୦ ଗ୍ରାମରେ ବଣ୍ଟନ କରିଥିଲେ । ଅନୁରୂପ ଭାବରେ ଉଜ୍ଜୀବନ ସ୍ମଲ ଫାଇନାନ୍ସ ବ୍ୟାଙ୍କ ବହୁବିଧ ରିଲିଫ ପଦକ୍ଷେପ ସହିତ ୩ ଲକ୍ଷ ବ୍ୟକ୍ତିବିଶେଷଙ୍କ
ନିକଟରେ ପହଞ୍ଚିଥିଲା ଏବଂ ମୁମ୍ବଇରେ ଥିବା ଡାକ୍ତରଖାନାଗୁଡିକ ପାଇଁ ନିଜର ସହଭାଗୀ ଗିଭ୍ଇଣ୍ଡିଆ ଫାଉଣ୍ଡେସନ ଜରିଆରେ ୫୦୦୦ ପିପିଇ କିଟ୍ ସଂଗ୍ରହ କରିଥିଲା, ଯଦ୍ଦ୍ୱାରା ୪୦,୦୦୦ ସରକାରୀ ଅଧିକାରୀ ଏବଂ ସ୍ୱାସ୍ଥ୍ୟସେବା କର୍ମୀ ଉପକୃତ ହୋଇଥିଲେ । ସାଗ୍ରହ ମ୍ୟାନେଜମେଣ୍ଟ ସର୍ଭିସେସ୍ ଓଡ଼ିଶାରେ ତାହାର ଶାଖା ନିକଟରେ ଥିବା ସମସ୍ତ ଥାନାକୁ ସ୍ୱାସ୍ଥ୍ୟରକ୍ଷା କିଟ୍ ଏବଂ ବେଙ୍ଗାଲୁରୁରେ ତେଜରାତି ସାମଗ୍ରୀ ଯୋଗାଇ ଦେଇଥିଲା ।
ଏତଦ୍ବ୍ୟତୀତ କ୍ରେଡିଟଆକ୍ସେସ ଭାରତର ୧୪ଟି ରାଜ୍ୟରେ ୪,୩୨,୩୫୦ ହିତାଧିକାରୀଙ୍କ ମଧ୍ୟରେ ୯୪୩୧ ସ୍ୱାସ୍ଥ୍ୟ କିଟ୍, ୮୯୧୯ ତେଜରାତି ସାମଗ୍ରୀ କିଟ୍, ୧୯୫ ପିପିଇ, ୩୫୦ ଥର୍ମାଲ ସ୍କାନର ବଣ୍ଟନ କରିଥିବାବେଳେ ସାଟିନ କ୍ରେଡିଟ କେୟାର ଜିଲା ପ୍ରଶାସନ ସହିତ ମିଶି ଆସାମ, ପଞ୍ଜାବ, ମଧ୍ୟପ୍ରଦେଶ ଏବଂ ଓଡ଼ିଶାରେ ସ୍ୱାସ୍ଥ୍ୟରକ୍ଷା କିଟ୍ ଏବଂ ତେଜରାତି ସାମଗ୍ରୀ ବଣ୍ଟନ କରିଥିଲା । ଏସଭି କ୍ରେଡିଟଲାଇନ ଉତ୍ତରପ୍ରଦେଶ, ବିହାର, ଛତିଶଗଡ, ମଧ୍ୟପ୍ରଦେଶ, ପଞ୍ଜାବ ଏବଂ ଉତ୍ତରାଖଣ୍ଡ ଆଦି ରାଜ୍ୟରେ ସମ୍ମୁଖ ଯୋଦ୍ଧାଙ୍କ ସମେତ ୧୦,୦୦୦ ନାଗରିକଙ୍କୁ କମ୍ବଳ ଓ ଲୁଗା ବଣ୍ଟନ କରିଥିଲା ।
କାଲକାଟା ରେସ୍କ୍ୟୁ ଏବଂ ନୋତୁନ ଜୀବନ ସହିତ ସହଭାଗିତାରେ ଆରୋହଣ ଫାଇନାନ୍ସିଆଲ ସର୍ଭିସେସ ପକ୍ଷରୁ କୋଲକାତାରେ ୭୦୦ରୁ ଅଧିକ ରାସ୍ତାକଡରେ ବାସ କରୁଥିବା ଶିଶୁ ଓ ପରିବାରଙ୍କୁ ଖାଦ୍ୟ ପୁଡିଆ ବଣ୍ଟନ କରିଥିଲା । ଚାରିଟି ରାଜ୍ୟରେ ୧୫,୦୦୦ରୁ ଅଧିକ ପରିବାରକୁ ତେଜରାତି ସାମଗ୍ରୀ ବଣ୍ଟନ କରାଯିବା ସହିତ ୫୦୦୦ ପରିବାରକୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ଝାଡଖଣ୍ଡ ଏବଂ ଉତ୍ତରାଖଣ୍ଡରେ ୧୦,୨୩୧ ହିତାଧିକାରୀଙ୍କୁ ପିପିଇ କିଟ୍, ତୁଣ୍ଡି, ଡିସ୍ପୋଜେବଲ ଗ୍ଲୋଭ୍ଓ, ଟୋପି
ଏବଂ ଆପ୍ରୋନ ଆଦି ଯୋଗାଇ ଦିଆଯାଇଛି । ମୁଥୁଟ ମାଇକ୍ରୋଫିନ୍ ପକ୍ଷରୁ ପଶ୍ଚିମବଙ୍ଗର ମଧ୍ୟମଗ୍ରାମରେ ବାସିନ୍ଦା ଏବଂ ରାସ୍ତାରେ ଯାଉଥିବା ଲୋକଙ୍କୁ ତୁଣ୍ଡି ବାଣ୍ଟିକାକୁ ଏକ ବିଶାଳ ଶିବିର ଆୟୋଜନ କରାଯାଇଥିଲା ।
କେରଳରେ ପ୍ରବାସୀ ଶ୍ରମିକଙ୍କୁ ସହାୟତା କରିବାକୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ସେଣ୍ଟର ଫର ମାଇଗ୍ରେସନ ଆଣ୍ଡ ଇନ୍କ୍ଲୁସିଭ ଡେଭଲପମେଣ୍ଟ ସହିତ ମିଶି ଇଏସଏଏଫ ସ୍ମଲ ଫାଇନାନ୍ସ ବ୍ୟାଙ୍କ ‘ବନ୍ଧୁ କ୍ଲିନିକ’ ନାମରେ ଏକ ନୂତନ ପ୍ରୟାସ ଆରମ୍ଭ କରିଥିଲା, ଯେଉଁଥିରେ ଏକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କ୍ଲିନିକ ବ୍ୟବସ୍ଥା କରାଯାଇ ତାହା କୋଭିଡ-୧୯ ସଂକ୍ରମଣ ଚିହ୍ନଟ କରିବାକୁ ରୋଗୀଙ୍କର ପ୍ରାଥମିକ ଯାଞ୍ଚ କରିବା ଉଦ୍ଦେଶ୍ୟରେ ଅଧିକ ସଂଖ୍ୟାରେ ପ୍ରବାସୀ ଶ୍ରମିକ ରହୁଥିବା ଅଞ୍ଚଳଗୁଡିକୁ ଯାଇଥିଲା । ଅନୁରୂପ ଭାବରେ ସତ୍ୟ
ମାଇକ୍ରୋକ୍ୟାପିଟାଲ ୪ ଲକ୍ଷରୁ ଅଧିକ ବଂଚିତ ଗ୍ରାହକ, ୧୮୦୦ରୁ ଅଧିକ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ମାଗଣା ଏବଂ ଚବିଶ ଘଣ୍ଟିଆ ଚିକିତ୍ସା ପରାମର୍ଶ ସେବା ଯୋଗାଇଦେବାକୁ ହେଲ୍ଥଆସ୍ୟୋର ସହିତ ମିଶି ଏକ ଡିଜିଟାଲ ଓପିଡି ପରିଚାଳନା କରିଥିଲା । ଏସଭି କ୍ରେଡିଟ ଲାଇନ ଗୋଟିଏ ମାତ୍ର ଫୋନ କଲ୍ରେ ଡାକ୍ତରଙ୍କ ପରାମର୍ଶ ଏବଂ ଔଷଧ ଚିଠା ପ୍ରାପ୍ତ କରିବାକୁ ‘ସ୍ୱାସ୍ଥ୍ୟ ସେବା ଫର୍ କଷ୍ଟମର୍ସ’ ପ୍ରଚଳନ କରିଥିଲା ।
Powered by Froala Editor