ବ୍ରହ୍ମକୁମାରୀ କାର୍ୟ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି
ଭୁବନେଶ୍ୱର : ଗୁରୁବାର ବ୍ରହ୍ମକୁମାରୀ ପକ୍ଷରୁ ଆୟୋଜିତ କାର୍ୟ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବେ । କାର୍ୟ୍ୟକ୍ରମ ସରିବା ପରେ ସେଠାରେ ବ୍ରହ୍ମାକୁମାରୀ ପକ୍ଷରୁ ସ୍ୱତନ୍ତ୍ର ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି । ରାଜ୍ୟପାଳ, ବ୍ରହ୍ମାକୁମାରୀର ବରିଷ୍ଠ ସଦସ୍ୟଙ୍କ ସହ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି । ଏଥିପାଇଁ ସ୍ୱତନ୍ତ୍ର ବ୍ୟଞ୍ଜନର ବ୍ୟବସ୍ଥା କରାଯାଇଛି । ମଧ୍ୟାହ୍ନ ଭୋଜନରେ ୧୭ ପ୍ରକାରର ବ୍ୟବସ୍ଥା କରାଯାଇଛି । ଏଥିରେ ଭାତ, ପ୍ରାଏ ରାଇସ୍, ଡାଲମା, ପୋଟଳ ପନିର, ଚିଲି ଛତୁ, ଛତୁ ବେସର, ଶାଗ ଖରଡ଼ା, ମିକ୍ସ ଭେଜ୍ ତରକାରୀ, ଆମ୍ବଖଟା, ମଟର ପନିର, ପକୋଡ଼ା, ଛେନାପୋଡ଼, ଦହିବରା ଆଲୁଦମ, ଖିର ସାଗର, ପଇଡ଼ ପାଣି, ସିଙ୍ଗଡ଼ା ଭଳି ୧୭ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯିବ ବୋଲି ବ୍ରହ୍ମକୁମାରୀ ପକ୍ଷରୁ ସୂଚନା ଦିଆଯାଇଛି ।
Powered by Froala Editor