ରଣବୀରଙ୍କୁ ରାମ ଭୂମିକାରେ ଦେଖି ଏମିତି କହିଲେ ମୁକେଶ

୯୦ ଦଶକରେ ଟିଭି ସିରିଏଲରେ ପ୍ରସାରିତ ହୋଇଥିବା ରାମାନନ୍ଦ ସାଗରଙ୍କ ‘ରାମାୟଣ’କୁ ଦର୍ଶକ ଏବେବି ଭୁଲିନାହାନ୍ତି । ତେଣୁ କିଛି ଦିନ ତଳେ ରିଲିଜ ହୋଇଥିବା ଓମ୍ ରାଉତଙ୍କ ଆଦିପୁରୁଷ ବିବାଦ ଘେରକୁ ଆସିଥିଲା । ଏଥିରେ ହୋଇଥିବା ଭିଏଫଏକ୍ସ ସମାଲୋଚନାର ଶିକାର ହୋଇଥିଲା । ହେଲେ ଏବେ ପୁଣି ନିତେଶ ତିୱାରୀଙ୍କ ‘ରାମାୟଣ’କୁ ନେଇ ପ୍ରଶ୍ନ ଉଠିଛି । ଶ୍ରୀରାମ ଏବଂ ମାତା ସୀତାଙ୍କ ମୁଖ୍ୟ ଭୂମିକାରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ନଜର ଆସିବେ। ଏହା ପୂର୍ବରୁ ଅଭିନେତା ୟଶ ଏହି ଚଳଚ୍ଚିତ୍ରରେ ଶ୍ରୀରାମ ଭୂମିକାରେ ଅଭିନୟ କରିବେ ବୋଲି ଖବର ଆସିଥିଲା, କିନ୍ତୁ ପରେ ଜାଣିବାକୁ ମିଳିଲା ଯେ ସେ ଏହାକୁ ଅସ୍ୱୀକାର କରିଛନ୍ତି।
ଏଭଳି ପରିସ୍ଥିତିରେ ଭଗବାନ ଶ୍ରୀରାମଙ୍କ ଭୂମିକା ପାଇଁ ରଣବୀର କପୁରଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ 'ଶକ୍ତିମାନ' ଫେମ୍ ଅଭିନେତା ମୁକେଶ ଖାନ୍ନା ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
'ମହାଭାରତ'ରେ ଭୀଷ୍ମ ପିତାମହ ଭୂମିକାରେ ଅଭିନୟ କରିବା ନେଇ ମୁକେଶ ଖାନ୍ନା ଜଣାଶୁଣା। ନିକଟରେ ନୀତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଫିଲ୍ମରେ ରଣବୀର କପୁରଙ୍କ କାଷ୍ଟିଂକୁ ମୁକେଶ ସମାଲୋଚନା କରିଛନ୍ତି। କାଷ୍ଟିଂକୁ ନେଇ ନିର୍ମାତା ଟିକେ ଅଧିକ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।
ମୁକେଶ ଖାନ୍ନା କହିଛନ୍ତି, "ମତେ ଲାଗୁନି ଯେ ଏଥର ଏହି ଲୋକମାନେ କୌଣସି ଭୁଲ ବାର୍ତ୍ତା ଦେବେ, କିନ୍ତୁ ସେମାନଙ୍କୁ ୧୦୦କୋଟି, ୩୦୦କୋଟି ରୋଜଗାର କରିବାର ଅଛି।" ଅଭିନେତା ପ୍ରଭାସଙ୍କ ନା' ମଧ୍ୟ ନେଇ ସେ କହିଛନ୍ତି ଯେ "ପ୍ରଭାସ ନିଶ ଲଗାଇବାରୁ ରାମଙ୍କ ପରି ଦେଖାଯାଉ ନଥିଲେ।" "ଯେତେବେଳେ ରଣବୀର କପୁର ମଧ୍ୟ ରାମ ଭୂମିକାରେ ଅଭିନୟ କରିବେ, ସେତେବେଳେ ତାଙ୍କୁ ନେଇ 'ରାମାୟଣ'ର ରାମ ଅରୁଣ ଗୋଭିଲଙ୍କ ସହ ତୁଳନା କରାଯିବା ନିଶ୍ଚିତ। କିନ୍ତୁ ଲାଗୁଛି, ଜଣେ ଲୋକପ୍ରିୟ ଅଭିନେତା ରାମ ହୋଇପାରିବେ ନାହିଁ।
Powered by Froala Editor