୪୦ ବର୍ଷର ମାଈଁକୁ ବାହା ହେଲେ ୨୦ ବର୍ଷୀୟ ଭଣଜା

ସ୍ତ୍ରୀକୁ ଭଣଜା ସହ ଆପତ୍ତିଜନକ ଅବସ୍ଥାରେ ଦେଖି ସ୍ୱାମୀଙ୍କ ମୁଣ୍ଡ ଘାବରେଇଗଲା । ସ୍ତ୍ରୀଙ୍କୁ ଗ୍ରହଣ କରିବେ ନା ଘରୁ ବାହାର କରିବେ ସ୍ଥିର କରି ପାରି ନଥିଲେ। ଶେଷରେ ଭଣଜାକୁ ବାହା କରାଇ ଦେଇଛନ୍ତି ସ୍ୱାମୀ । ବିହାରରୁ ଏ ଘଟଣା ସାମ୍ନାକୁ ଆସିଛି।
୪୦ବର୍ଷୀୟ ସ୍ତ୍ରୀ ଓ ୨୦ବର୍ଷୀୟ ଭଣଜାଙ୍କ ମଧ୍ୟରେ ଦୀର୍ଘ ୩ବର୍ଷ ହେବ ପ୍ରେମ ସମ୍ପର୍କ ଥିବା ଜଣାପଡ଼ିଥିଲା। ମହିଳାଙ୍କ ୨ଜଣ ସନ୍ତାନ ବି ଅଛନ୍ତି। ହେଲେ ଦୁହେଁ ପ୍ରେମରେ ପଡି ସବୁ ସୀମା ପାର କରିଯାଇଥିଲେ । ସ୍ୱାମୀଙ୍କ ହାବୁଡରେ ପଡିବା ପରେ ଆଉ କିଛି ବାଟ ନଥିଲା । ସ୍ୱାମୀ ପଞ୍ଚାୟତ ବସାଇଥିଲେ । ଅନେକ ଆଲୋଚନା ପରେ ସ୍ବାମୀ ଭଣଜା ସହିତ ସ୍ତ୍ରୀଙ୍କ ବିବାହ କରିବାକୁ ପଞ୍ଚାୟତ ସାମ୍ନାରେ ସର୍ତ୍ତ ରଖିଥିଲେ। ପଞ୍ଚାୟତ ସ୍ବାମୀ କଥାରେ ରାଜି ହେବାରୁ ଏକ ମନ୍ଦିରକୁ ନେଇ ଭଣଜା ଓ ସ୍ତ୍ରୀଙ୍କ ବିବାହ କରାଇଥିଲେ।
ଏହି ଘଟଣାକୁ ନେଇ ସ୍ବାମୀ କହନ୍ତି, 'ମୁଁ ଜାଣିଛି ସ୍ତ୍ରୀ ଏବେ ମୋ ଭଣଜାଙ୍କୁ ଭଲ ପାଉଛନ୍ତି। ତେଣୁ ତାଙ୍କୁ ଘରେ ରଖିଲେ ବିଭିନ୍ନ ସମୟରେ ସେହି କଥାକୁ ନେଇ ଅଶାନ୍ତି ହେବ। ତେଣୁ ଦୁହିଁଙ୍କ ବିବାହ କରାଇବା ପାଇଁ ମୁଁ ଏଭଳି ନିଷ୍ପତ୍ତି ନେଇଥିଲି।'
Powered by Froala Editor