ଚତୁର୍ଥୀରେ ସ୍ୱାମୀ, ଦେଡଶୂର, ନଣନ୍ଦେଇଙ୍କ ଦୁଷ୍କର୍ମର ଶିକାର ହେଲେ ନାବାଳିକା

ଅଲବର ଜିଲ୍ଲାରେ ୧୭ବର୍ଷର ଜଣେ ନାବାଳିକା ନବବଧୂ ନିଜ ଶ୍ୱଶୁର ଘରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ସ୍ୱାମୀ, ଦେଡଶୂର ଓ ନଣନ୍ଦେଇ ମିଶି ତାଙ୍କୁ ବାରମ୍ବାର ବଳାତ୍କାର କରିଥିଲେ । ନିର୍ଯାତନା ଅସହ୍ୟ ହେବାରୁ ସେମାନଙ୍କ ନାଁରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସେ । ଏଥିସହିତ ଶ୍ବଶୁର ବି ଅସଦାଚରଣ କରିଥିବା ନେଇ ନବବଧୂ ରାମଗଢ଼ ଥାନାରେ ମାମଲା ରୁଜୁ କରିଛନ୍ତି।
ନବବଧୂ କହିଛନ୍ତି, 'ଗତ ମାସ ଜୁନ ୧୧ ତାରିଖରେ ମୋର ବିବାହ ହୋଇଥିଲା। ବିବାହ ପରେ ମୁଁ ଶାଶୁଘରକୁ ଆସିଥିଲି। ଶାଶୁଘର ଲୋକ ମୋତେ ଏକ ରୁମରେ ବସାଇଥିଲେ। ମୋ ପାଖରେ ତିନିଜଣ ମହିଳା କିଛି ସମୟ ବସିବା ପରେ ଉଠି ଚାଲି ଯାଇଥିଲେ। ଏହାପରେ ଶ୍ବଶୁର ଆସି ମୋ ସହିତ ଅଶ୍ଳୀଳ ବ୍ୟବହାର କରିଥିଲେ। ସେ ଯେମିତି ରୁମରୁ ବାହାରି ଯାଇଥିଲେ ସ୍ବାମୀ, ଦେଢ଼ଶୁର ଓ ନଣଦେଇ ଆସି ଜଣକ ପରେ ଜଣେ ମୋ ସହିତ ଦୁଷ୍କର୍ମ କରିଥିଲେ। ଦ୍ବିତୀୟ ଦିନ ବି ସମାନ ଘଟଣା ମୋ ସହିତ ଘଟିଥିଲା।
ସ୍ୱାସ୍ଥ୍ୟବସ୍ଥା ବିଗିଡିବା ପରେ ଶ୍ୱଶୁର ଘର ଲୋକେ ଭୂତର ନାଁ ନେଇ ଫାଙ୍କି ଦେବାକୁ ବସିଥିଲେ । ହେଲେ ପରିବାର ଲୋକଙ୍କ ସହଯୋଗରେ ମୁଁ ଥାନାରେ ମାମଲା ରୁଜୁ କରିଛି ବୋଲି ନାବାଳିକା କହିଛନ୍ତି ।
Powered by Froala Editor