ମେମୁ ଟ୍ରେନ୍ ଦୁର୍ଘଟଣା:୨ ରେଳ କର୍ମଚାରୀ ନିଲମ୍ବିତ
ବାଲେଶ୍ୱର : ମେମୁ ଟ୍ରେନ୍ ଦୁର୍ଘଟଣା ଘଟଣାରେ ୨ ରେଳ କର୍ମଚାରୀ ନିଲମ୍ବିତ। ନୀଳଗିରି ଷ୍ଟେସନ ମାଷ୍ଟର ସରୋଜ ସେଠୀଙ୍କ ସହ ଆଉ ଜଣେ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଖଡଗପୁର ଡିଆରଏମ୍ ଏହି ୨ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ।
ପ୍ରକାଶ ଥାଉକି, ମଙ୍ଗଳବାର ମେମୁ ଟ୍ରେନ୍ ଭଦ୍ରକରୁ ବାଲେଶ୍ବର ଅଭିମୁଖେ ଯାଉଥିବା ବେଳେ ନୀଳଗିରି ଷ୍ଟେସନ ପରେ ଭୁଲ ଟ୍ରାକକୁ ଯାଇଥିଲା । ଲୋକ ପାଇଲଟ ଉପସ୍ଥିତ ବୁଦ୍ଧି ଯୋଗୁଁ ଟ୍ରେନକୁ ହଠାତ୍ ବ୍ରେକ ମାରି ଅଟକାଇ ଦେଇଥିଲେ । ତାପରେ ଟ୍ରେନକୁ ପଛକୁ ଫେରିବା ପରେ ଠିକ୍ ଟ୍ରାକରେ ଯାଇଥିଲା । ଏଥିପାଇଁ ରାଜଧାନୀ ଏକ୍ସପ୍ରେସ ନୀଳଗିରି ଷ୍ଟେସନରେ ଏକ ଘଣ୍ଟାରୁ ଅଧିକ ସମୟ ଅଟକି ରହିଥିଲା ।
Powered by Froala Editor