‘ଜିତେଗା ଭାରତ୍’ ‘ଇଣ୍ଡିଆ’ର ନୂଆ ‘ଟ୍ୟାଗ୍ଲାଇନ୍’
ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନରେ ‘ବିଜେପି’କୁ ପରାସ୍ତ କରିବା ଲକ୍ଷ୍ୟରେ ମେଣ୍ଟର ନାଁ ‘ଇଣ୍ଡିଆ’ ଦେଇଥିବା ବିରୋଧୀ ଦଳମାନେ ତା’ର ଟ୍ୟାଗ୍ଲାଇନ୍’ ରଖିଛନ୍ତି ‘ଜିତେଗା ଭାରତ୍’। ବହୁ ବିଚାର ଆଲୋଚନା ପରେ ଗତ ବିଳମ୍ବିତ ରାତ୍ରରେ ‘ଜିତେଗା ଭାରତ୍’ (ଭାରତ ଜିତିବ) ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
୨୬ ବିରୋଧୀ ଦଳ ମେଣ୍ଟର ନାଁ ‘ଆଇ.ଏନ୍.ଡି.ଆଇ.ଏ.’— (ଇଣ୍ଡିଆନ୍ ନ୍ୟାସ୍ନାଲ୍ ଡେଭ୍ଲପ୍ମେଣ୍ଟାଲ୍ ଇନ୍କ୍ଲୁସିଭ୍ ଆଲାଏନ୍ସ୍) ରଖିବାକୁ ମଙ୍ଗଳବାର ଦିନ ବେଙ୍ଗାଲୁରୁରେ ୨ଦିନିଆ କନ୍କ୍ଲେଭ୍ରେ ବିରୋଧୀ ଦଳର ନେତାମାନେ ସ୍ଥିର କରିଥିଲେ। ମେଣ୍ଟର ନାଁ ‘ଭାରତ’କୁ ପ୍ରଦର୍ଶନ କରିବା ଉଚିତ ବୋଲି ସେମାନେ ଚିନ୍ତା କରିଥିଲେ।
ବିରୋଧୀ ସାମ୍ମୁଖ୍ୟର ନାମ ଘୋଷଣା କରି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ କହିଥିଲେ, ୨୦୨୪ ନିର୍ବାଚନ ହେବ ‘ବିଜେପି’ର ଆଦର୍ଶବାଦ ଓ ଚିନ୍ତାଧାରା ବିରୋଧରେ ସଂଗ୍ରାମ। ‘ଏନ୍ଡିଏ’ ଓ ‘ଇଣ୍ଡିଆ’ ଏବଂ ନରେନ୍ଦ୍ର ମୋଦୀ ଓ ‘ଇଣ୍ଡିଆ’ ତାଙ୍କ ଆଦର୍ଶବାଦ ଓ ଇଣ୍ଡିଆ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ। ସବୁ ପ୍ରତିଦ୍ବନ୍ଦ୍ବିତାରେ ଭାରତ ସର୍ବଦା ବିଜୟୀ ହୋଇଥାଏ।
Powered by Froala Editor