ରସୁଲପୁରରେ ଭୁଶୁଡ଼ିଲା ପୋଲ, ଯାତାୟତ ବାଧାପ୍ରାପ୍ତ
ଯାଜପୁର: ୧୬ ନମ୍ବର ଜାତୀୟ ରାଜପଥ ରସୁଲପୁର ବ୍ଲକ ଛକ ନିକଟରେ ଥିବା ଥିବା ଏକ ପୋଲ ଆଜି ଭୋର ସମୟରେ ଭୁଶୁଡ଼ି ପଡ଼ିଛି। ତେବେ ଏଥିରୁ ଅଳ୍ପକେ ବର୍ତିଛନ୍ତି ଏକାଧିକ ବସ ଓ ଟ୍ରକ। ପୋଲର କୁଆଖିଆ ଛକ ଆଡ଼କୁ ଶେଷ ପିଲାର ଯୋଡ଼ ନିକଟରୁ ଖସିଯାଇଛି। ବାଲେଶ୍ବର ଓ ଯାଜପୁରରୁ କଟକକୁ ସଂଯୋଗ କରୁଥିବା ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି।
୭୦ ବର୍ଷର ପୁରୁଣା ପୁରୁଣା ପୋଲ ସୁଦୃଢ଼ ଥିବା ବେଳେ ମାତ୍ର୧୫ ବର୍ଷ ପୁରୁଣା ପୋଲ ଭୁଶୁଡ଼ି ଯାଇଥିବା ହେତୁ ସ୍ଥାନୀୟ ଲୋକମାନେ ଠିକାଦାରକୁ ଦାୟୀ କରିଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ଖବର ପାଇ କୁଆଖିଆ ପୁଲିସ ରାସ୍ତାକୁ ସିଲ୍ କରିଥିବା ବେଳେ ଜମା ହୋଇଥିବା ଲୋକମାନଙ୍କୁ ନିୟନ୍ତ୍ରଣ କରୁଛି।
Powered by Froala Editor