ଶ୍ରାବଣର ସୋମବାର, ବାବା ଧବଳେଶ୍ଵରଙ୍କ ପୀଠ ଚଳଚଞ୍ଚଳ
ଆଠଗଡ଼ : ପବିତ୍ର ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଚଳଚଞ୍ଚଳ ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ। ବାବା ଧବଳେଶ୍ଵରଙ୍କ ପୀଠରେ ରାତ୍ର ୨ଟାରୁ ପହଡ ଖୋଲାଯାଇ ୧୦୮ ସୁବାସିତ ଜଳରେ ବାବାଙ୍କୁ ସ୍ନାନ ପରେ ସ୍ଵତନ୍ତ୍ର ନୀତିକାନ୍ତି କରାଯାଇଛି। ଏହାପରେ ସାଧାରଣ ଦର୍ଶନ ନିମନ୍ତେ ଦ୍ଵାରା ଫିଟା ଯାଇଥିଲା।
ସୂଚନାନୁଯାୟୀ, ବାବା ଧବଳେଶ୍ଵରଙ୍କ ପୀଠକୁ ସଂଯୋଗ କରୁଥିବା ସ୍ଥାୟୀ କଂକ୍ରିଟ ସେତୁ ଦେଇ ଜଳଲାଗି କରିଛନ୍ତି କାଉଡ଼ିଆ । ପ୍ରଶାସନ ପକ୍ଷରୁ ବ୍ୟାରିକେଟ ବ୍ୟବସ୍ଥା କରାଯିବା ସହ ଭିଡକୁ ଦୃଷ୍ଟିରେ ରଖି ପୀଠକୁ ବାହୁଙ୍ଗି ବାରଣ କରାଯାଇଛି। କଂକ୍ରିଟ ସେତୁ ପୂର୍ବରୁ କାଉଡିଆମାନେ ବାହୁଙ୍ଗି ଛାଡ଼ି କେବଳ ଜଳକଳଷ ଧରି ପୀଠ ଭିତରକୁ ପ୍ରବେଶ କରି ବାବା ଧବଳେଶ୍ୱରଙ୍କ ଶ୍ରାବଣୀ ଲିଙ୍ଗରେ ଜଳ ଲାଗି କରିଛନ୍ତି। ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହ ସୁରକ୍ଷା ଦାୟିତ୍ୱରେ ୫ ଜଣ ଅଧିକାରୀଙ୍କ ସମେତ ବ୍ୟାପକ ପୋଲିଦ ଫୋର୍ସ ମୁତୟନ କରାଯାଇଛି।
Powered by Froala Editor