ଆମେରିକା ଆଲାସ୍କାରେ ଶକ୍ତିଶାଳୀ ଭୂକମ୍ପ, ସୁନାମି ଚେତାବନୀ

ଆମେରିକାର ଆଲାସ୍କାରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୩ ରହିଥିଲା। ଏହି ଭୂକମ୍ପ ୯.୩ କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିବା ନେଇ ସୂଚନା ମିଳିଛି । ଭୂମିକମ୍ପ ଏତେ ତୀବ୍ର ଥିଲା ଯେ ଏହା ପରେ ସୁନାମି ସତର୍କ ସୂଚନା ଜାରି କରାଯାଇଛି। ଭୂମିକମ୍ପ ଯୋଗୁଁ ଭୟଙ୍କର କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି। ତେବେ ଭୂମିକମ୍ପ ଯୋଗୁଁ ହୋଇଥିବା କ୍ଷୟକ୍ଷତି ର ସଠିକ ତଥ୍ୟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ ।
ଆମେରିକାର ଜାତୀୟ ସୁନାମି ଚେତାବନୀ କେନ୍ଦ୍ର ବିପଦପୂର୍ଣ୍ଣ ଅଞ୍ଚଳର ଲୋକଙ୍କୁ ତୁରନ୍ତ ଉଚ୍ଚ ସ୍ଥାନକୁ ଯିବାକୁ ଚେତାବନୀ ଦେଇଛି । ୟୁଏସଜିଏସ୍ ଅନୁଯାୟୀ, ରବିବାର ଅପରାହ୍ନରେ ଆଲାସ୍କାରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ପରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମି ସତର୍କ ସୂଚନା ଜାରି କରାଯିବା ପରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ୟୁଏସଜିଏସ୍ କହିଛି ଯେ ଭୂକମ୍ପ ୯.୩ କିଲୋମିଟର (୫.୭୮ ମାଇଲ) ଗଭୀରତାରେ ଅନୁଭୂତ ହୋଇଥିଲା।
Powered by Froala Editor