ଭାଲୁ ଆକ୍ରମଣରେ ଜଣେ ମୃତ
ନୂଆପଡା: ନୂଆପଡା ଜିଲ୍ଲା କୋମନା ରେଞ୍ଜ ଅନ୍ତର୍ଗତ ବିରୁନ ପଦର ଗାଁରେ ଭାଲୁ ଆକ୍ରମଣରେ ବାପଙ୍କ ମୃତ୍ୟୁ ଘଟିିଥିବା ବେଳେ ପୁଅ ଗୁରୁତ ହୋଇଛି। ମୃତ୍ୟୁ ଘଟିଥିବା ବାପାଙ୍କ ନାଁ ଘନଶ୍ୟାମ ପଟେଲ (୭୦) ଓ ଗୁରୁତର ହୋଇଥିବା ପୁଅଙ୍କ ନାଁ ଚୈତନ୍ୟ ପଟେଲ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଆଜି ସକାଳୁ ଗାଁ ନିକଟସ୍ଥ ପୋଖରୀକୁ ଜଙ୍ଗଲ ରାସ୍ତା ଦେଇ ଦୁହେଁ ସ୍ନାନ ପାଇଁ ଯାଇଥିବା ବେଳେ ଜଙ୍ଗଲରୁ ଦୁଇରୁ ତିନିଟି ଭାଲୁ ଆସି ବାପ-ପୁଅଙ୍କୁ ଆକ୍ରମଣ କରିଥିଲା। ଘନଶ୍ୟାମ ପଟେଲ ମୃତ୍ୟ ବରଣ କରିଥିବା ବେଳେ ଚୈତନ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଘଟଣା ସ୍ଥଳରେ ବନବିଭାଗ ଟିମ୍ ପହଞ୍ଚି ତଦନ୍ତ କରୁଛି।
Powered by Froala Editor