୨ ବର୍ଷ ଧରି କାଶୁଥିଲେ ୮୫ ବର୍ଷୀୟା ବୃଦ୍ଧା, ଫୁସଫୁସରୁ ବାହାରିଲା ଚିକେନ ହାଡ଼

୮୫ ବର୍ଷର ବୃଦ୍ଧା ୨ ବର୍ଷ ହେଲା କାଶୁ ଥିଲେ । କାଶ ବଢିବାରୁ ଘର ଲୋକେ କହିଲେ ଧୂମପାନ ଯୋଗୁଁ କାଶ ହେଉଛି । ଯେତେବେଳେ ଡାକ୍ତରଙ୍କୁ ବୃଦ୍ଧାଙ୍କ ଅସୁବିଧାର ପ୍ରକୃତ କାରଣ ଜଣା ପଡିଲା ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ । ୨ବର୍ଷ ପୂର୍ବରୁ ଚିକେନ ଖାଇବା ବେଳେ ବୃଦ୍ଧାଙ୍କ ଫୁସଫୁସରେ ଚିକେନ ହାଡ ରହିଥିଲା ।
ବୃଦ୍ଧା ଜଣଙ୍କ ନାମ ଜଗମଲ । ୨ବର୍ଷ ପୂର୍ବରୁ ଚିକେନ ଖାଇବା ବେଳେ ବୃଦ୍ଧାଙ୍କ ଫୁସଫୁସରେ ଚିକେନ ହାଡ ରହିଥିଲା । କିନ୍ତୁ ସେତେବେଳେ ତାଙ୍କ ପାଖରେ କୌଣସି ଅସୁବିଧା ପରିଲକ୍ଷିତ ହୋଇନଥିଲା । କିନ୍ତୁ ପରେ ତାଙ୍କୁ ଧିରେ ଧିରେ କାଶ ହେବାକୁ ଲାଗିଲା । ଶ୍ୱାସ ନେବାରେ ଅସୁବିଧା ସହ ତାଙ୍କୁ କାଶ ମଧ୍ୟ ହେଉଥିଲା । ଏହିପରି ଭାବେ ୨୪ ମାସ ବୃଦ୍ଧାଙ୍କୁ କଷ୍ଟ ହୋଇଥିଲା । ଜଗମଲଙ୍କ ପରିବାର ତାଙ୍କୁ ନେଇ ହସ୍ପିଟାଲ ପହଁଚିଥିଲେ । ଯେତେବେଳେ ରିପୋର୍ଟ ସାମ୍ନାକୁ ଆସିଥିଲା ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଜଗମଲଙ୍କ ଫୁସଫୁସରେ ଚିକେନ ହାଡ ରହିବାର ଦେଖିବାକୁ ମିଳିଥିଲା । ଡାକ୍ତର ଅପରେସନ କରି ହାଡ ବାହାର କରିବାକୁ ପରାମର୍ଶ ଦେଇଥିଲେ । ଏହାପରେ ଜଗମଲଙ୍କ ଭିତରୁ ହାଡ କଢା ଯାଇଥିଲା ।
Powered by Froala Editor