୬୦ ଫୁଟ୍ ତଳକୁ ଖସିପଡ଼ିଲା ରାମେଶ୍ୱର ମନ୍ଦିର ଦଧିନଉତି
ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ଲାଗିରହିଛି । ଶନିବାର ଦିନ ତମାମ ଘଡଘଡି ସହ ବର୍ଷା ଲାଗି ରହିଥିଲା । ତେବେ ବିଜୁଳି ମାରିବାରୁ ଭୁବନେଶ୍ବରର ରଥରୋଡ୍ ମାଉସୀ ମାଆ ଛକରେ ଥିବା ରାମେଶ୍ବର ମନ୍ଦିରର ଦଧିନଉତି ଖସିପଡ଼ିଛି । ୬୦ ଫୁଟ ତଳକୁ ଖସିପଡିଛି ଦଧିନଉତି ।
ସେବାୟତମାନେ ମନ୍ଦିର ଭିତରେ ଥିବା ବେଳେ ସକାଳ ୯ଟାରୁ ୧୦ଟା ଭିତରେ ଭୀଷଣ ଶବ୍ଦ ଶୁଭିଥିଲା । ପରେ ଦେଖିବାବେଳେ ମନ୍ଦିରର ଦଧିନଉତି ଭାଙ୍ଗି ତଳେ ପଡ଼ିଥିଲା । ସେଠାରେ ଉପସ୍ଥିତ ଥିବା ବ୍ରହ୍ମଣ ଓ ପୂଜା କରିବାକୁ ଆସିଥିବା ଲୋକମାନେ ଏହା ଦେଖି ଭୟଭୀତ ହୋଇପଡିଥିଲେ । ତେବେ ମନ୍ଦିର ଦଧିନଉତି ଭାଙ୍ଗିଯିବାକୁ ନେଇ ଅନେକ ଅଶୁଭ ବୋଲି ମତ ଦେଉଛନ୍ତି । ମନ୍ଦିରରେ ଫାଟ ମଧ୍ୟ ସୃଷ୍ଟି ହୋଇଥିବା କୁହାଯାଉଛି ।
Powered by Froala Editor