ବାଘକୁ ବାଇକ୍ରେ ବାନ୍ଧି ନେଲେ ମୁ୍ଥୁ : ଉଦ୍ଦେଶ୍ୟ ମନ୍ଦ ନଥିଲା, କିନ୍ତୁ ଉପାୟ ଭୁଲ୍
କର୍ଣ୍ଣାଟକରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ଏକ କଲରାପତରିଆ ବାଘକୁ ବାଇକ୍ ପଛରେ ବାନ୍ଧି ନେଉଛି । ତାର ୪ ଗୋଡ଼କୁ ବାନ୍ଧି ବାଇକ୍ ପଛରେ ଝୁଲାଇ ନେଉଥିବା ଦେଖାଯାଇଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ହାସନ ଜିଲ୍ଲାର ମୁଥୁ ତାଙ୍କ ଫାର୍ମରେ ଏକ କଲରାପତରିଆ ବାଘ ଦେଖିଥିଲେ। ଆତ୍ମରକ୍ଷା ପାଇଁ ସେ ବାଘକୁ ବାନ୍ଧିବାକୁ ବାଧ୍ୟ ହୋଇଥିଲେ। ପରେ ଦଉଡ଼ି ସାହାଯ୍ୟରେ ବାଘକୁ ବାଇକର ପଛପଟରେ ବାନ୍ଧି ବନ ବିଭାଗ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେ ବାଘଟିକୁ ବନ କର୍ମଚାରୀଙ୍କୁ ଜିମା ଦେଇଥିଲେ। ବାଘଟିକୁ କାବୁ କରିବାକୁ ଯାଇ ମୁଥୁଙ୍କ ଦେହରେ ଆଘାତ ଲାଗିଛି। ତେବେ ୯ ମାସର ବାଘ ସହ ଏପରି ନିର୍ଦ୍ଦୟ ଆଚରଣକୁ ସମସ୍ତେ ନିନ୍ଦା କରୁଛନ୍ତି।
ବନ କର୍ମଚାରୀଙ୍କ କହିବା ଅନୁସାରେ ମୁଥୁଙ୍କର କୌଣସି ଖରାପ ଉଦ୍ଦେଶ୍ୟ ନଥିଲା। ସେ ନିଜର ଆତ୍ମରକ୍ଷା ପାଇଁ ଏପରି କରିଛନ୍ତି। ମାତ୍ର ଏହି ଉପାୟ ଭୁଲ୍।
Powered by Froala Editor