ଆଜି 5T ସଚିବ ଭି. କେ ପାଣ୍ଡିଆନଙ୍କ ସମ୍ବଲପୁର ଗସ୍ତ
କୁଚିଣ୍ଡା : ଆଜି 5T ସଚିବ ଭି. କେ ପାଣ୍ଡିଆନଙ୍କ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଓ ରେଙ୍ଗାଲି ନିର୍ବାର୍ଚନ ମଣ୍ଡଳୀ ଗସ୍ତ କାର୍ୟ୍ୟକ୍ରମ । ପ୍ରଥମେ ଘନସରା ଅସ୍ଥାୟୀ ହେଲିପେଡରେ ପହଞ୍ଚିବା ପରେ ଗରପୋଷ ହକି ଷ୍ଟେଡିୟମକୁ ଯାଇ ହକି ଖେଳାଳୀ ଓ ଜନସାଧାରଣଙ୍କ ସହ ଆଲୋଚନା କରିବେ ।
ହେଲିକେପ୍ଟର ଯୋଗେ କୁଚିଣ୍ଡା ସ୍ଥିତ କଲେଜ ପଡିଆ ଠାରେ ନିର୍ମିତ ଅସ୍ଥାୟୀ ହେଲିପେଡରେ ପହଞ୍ଚିବେ । ସେଠାରୁ କୁଚିଣ୍ଡା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ପରିଦର୍ଶନ କରିବା ସହ କାର୍ୟ୍ୟର ସମୀକ୍ଷା କରିବେ 5T ସଚିବ ଭି. କେ ପାଣ୍ଡିଆନ । ପରେ କୁଚିଣ୍ଡା ମୁକୁନ୍ଦି ଖେଳ ପଡ଼ିଆରେ ଜନ ଶୁଣାଣି କାର୍ୟ୍ୟକ୍ରମରେ ଯୋଗ ଦେବେ । ସେଠାରୁ ଫରେଷ୍ଟ ପାର୍କ ଓ ମିଶନ ଶକ୍ତି କାଫେ ଯାଇ ଏସଏଚଜି ମହିଳାଙ୍କୁ ସାକ୍ଷାତ କରିବା ସହ ଆଲୋଚନା କରିବେ
ହେଲିକପ୍ଟର ଯୋଗେ ରେଙ୍ଗାଳି ନିର୍ବାଚନ ମଣ୍ଡଳୀ ଖିଣ୍ଡାକୁ ଯିବେ। କୁଚିଣ୍ଡାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଅସ୍ଥାୟୀ ହେଲିପ୍ୟାଡ ତଥା ସଭାସ୍ଥଳରେ ପାଣି ଜମି ରହିଛି । ବହୁ ମାତ୍ରାରେ ଜନସାଧାରଣ ସମାଗମର ଆୟୋଜନ ହୋଇଥିବା ବେଳେ ଲଗାଣ ବର୍ଷା କାର୍ୟ୍ୟକ୍ରମରେ ବାଧକ ସାଜିଛି ।
Powered by Froala Editor