ଫେବ୍ରୁଆରୀ ୧୫ ରୁ ଆରମ୍ଭ ହେବ ସିବିଏସ୍ଇ ଦଶମ, ଦ୍ୱାଦଶ ପରୀକ୍ଷା
ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ)ର ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ୨୦୨୪ ଫେବ୍ରୁଆରୀ ୧୫ ତାରିଖରୁ ଆରମ୍ଭ ହେବ । ଯାହା ପାଖାପାଖି ୫୫ ଦିନ ଧରି ଚାଲି ଏପ୍ରିଲ ୧୦ ତାରିଖରେ ସରିବ । ତେଣୁ ପରୀକ୍ଷା ପରିଚାଳନା କରୁଥିବା ଅନ୍ୟ ସଂସ୍ଥାଗୁଡିକ ଏହାକୁ ଲକ୍ଷ୍ୟ କରି ତାରିଖ ଧାର୍ୟ୍ୟ କରିବାକୁ ସିବିଏସଇ ପରୀକ୍ଷା ନିୟନ୍ତ୍ରକ ଡ. ସାନ୍ୟମ ଭରଦ୍ୱାଜ ଅନୁରୋଧ କରିଛନ୍ତି । ଏ ନେଇ ସିବିଏସଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
Powered by Froala Editor