ଫ୍ୟାକ୍ଟ୍ରୀରେ କାମ କରୁଥିଲେ ବାପା, ମା’ : ଅଢେଇ ବର୍ଷର ପୁଅକୁ ମାରିଦେଲେ କୁକୁର

ଗୁଜରାଟର ମୋର୍ବି ଜିଲାରେ ଅଢ଼େଇ ବର୍ଷର ଶିଶୁକୁ କୁକୁର ଝୁଣି ମାରି ଦେଇଥିବା ଜଣାପଡିଛି। ସୂଚନା ମୁତାବକ, ଶିଶୁର ମା’, ବାପ ମୋଟେଲ ଗ୍ରାମର ଏକ ଫ୍ୟାକ୍ଟ୍ରିରେ ଶ୍ରମିକ ଭାବେ କାମ କରୁଥିଲେ। ଗତ ୧୧ ତାରିଖରେ ପିଲାଟିର ବାପାମା’ କାମରେ ବ୍ୟସ୍ତ ଥିବା ବେଳେ ପିଲାଟି ବାହାରେ ଖେଳୁଥିଲା। ଏହି ସମୟରେ କିଛି ବୁଲା କୁକୁର ତାକୁ ଆକ୍ରମଣ କରି କ୍ଷତାକ୍ତ କରି ଦେଇଥିଲେ।
ପରିବାର ଲୋକେ ଗୁରୁତର ଅବସ୍ଥାରେ ପିଲାଟିକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି। ପୁଲିସ୍ ଏକ ମାମଲା ରୁଜୁ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
Powered by Froala Editor