ବିଜେପି ଜାତୀୟ କାର୍ୟ୍ୟକାରୀ କମିଟିରେ ସ୍ଥାନ ପାଇଲେ ସମୀର ମହାନ୍ତି
ଭୁବନେଶ୍ୱର: ପୂର୍ବତନ ବିଜେପି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ମିଳିଲା ନୂଆ ଦାୟିତ୍ୱ । ବିଜେପି ଜାତୀୟ କାର୍ୟ୍ୟକାରୀ କମିଟିରେ ସ୍ଥାନ ପାଇଲେ ସମୀର ମହାନ୍ତି। ସମୀର ମହାନ୍ତିଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତି ଦେଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।
ସୂଚନାଯୋଗ୍ୟ, ୨୦୨୦ ଜାନୁଆରୀ ୧୭ରୁ ୨୦୨୩ ମାର୍ଚ୍ଚ ୨୩ ପର୍ୟ୍ୟନ୍ତ ବିଜେପି ରାଜ୍ୟ ସଭାପତି ଥିଲେ ସମୀର ମହାନ୍ତି। ଏହାପରେ ଗତ ମାର୍ଚ୍ଚ ମାସରେ ତାଙ୍କ ସ୍ଥାନରେ ମନମୋହନ ସାମଲଙ୍କୁ ବିଜେପି ରାଜ୍ୟ ସଭାପତି ଭାବେ ନିଯୁକ୍ତି ମିଳିଛି।
Powered by Froala Editor