ଶ୍ଲୋକାଙ୍କ ଏହି ଡ୍ରେସ୍ ଦାମ ଲକ୍ଷେ ୬୫ ହଜାର

ଅମ୍ବାନୀ ପରିବାରର ବୋହୂମାନେ ସବୁବେଳେ ଷ୍ଟାଇଲିସ । ନୀତା ଅମ୍ବାନୀ କୁହନ୍ତୁ କିମ୍ବା ତାଙ୍କ ବଡ ବୋହୂ ଶ୍ଲୋକା ମେହେତା । ସେମାନେ ଦାମୀ ବ୍ରାଣ୍ଡର ଜିନିଷ କିଣିବାକୁ ଭଲ ପାଆନ୍ତି । ଏବେ ସେ ନିଜର ଏକ ସାଧାରଣ ଦିଶୁଥିବା ପୋଷାକକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି।
ଶ୍ଲୋକାଙ୍କ ଜନ୍ମଦିନରେ ତାଙ୍କର ଭଲ ବନ୍ଧୁ ଭାବେ ଜଣାଶୁଣା ଓରହାନ ଅବତ୍ରାମାନି ଏକ ଫଟୋ ସେୟାର କରିଥିଲେ। ସେଥିରେ ଓରହାନ, ଶ୍ଲୋକା ଓ ତାଙ୍କର ଭଉଣୀ ଦିୟା ମେହେତା ନଜର ଆସୁଥିବା ବେଳେ ଫଟୋ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ଓରହାନ। ଏହି ଫଟୋ ଭାଇରାଲ ହେବା ପରେ ଶ୍ଲୋକା ପିନ୍ଧିଥିବା ପୋଷାକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଫଟୋରେ ଥିବା ଓରହାନ, ଶ୍ଲୋକା ଓ ତାଙ୍କର ଭଉଣୀ ଦିୟା ଡଲ୍ସେ ଆଣ୍ଡ ଗମ୍ବାନା ବ୍ରାଣ୍ଡର ପୋଷାକ ପିନ୍ଧିଥିଲେ। ଶ୍ଲୋକା ପିନ୍ଧିଥିବା ପୋଷାକର ମୂଲ୍ୟ ହେଉଛି ୧ଲକ୍ଷ ୬୫ହଜାର ଟଙ୍କା। ଦିୟା ମେହେତା ପିନ୍ଧିଥିବା ପୋଷାକର ମୂଲ୍ୟ ୧ଲକ୍ଷ ୮୦ହଜାର ଓ ଓରହାନ ପିନ୍ଧିଥିବା ପୋଷକାର ମୂଲ୍ୟ ୧ଲକ୍ଷ ୨୫ହଜାର ଟଙ୍କା ବୋଲି ଜଣାପଡ଼ିଛି। ସାଧାରଣ ଦେଖାଯାଉଥିବା ଏହି ଡ୍ରେସର ମୂଲ୍ୟ ଶୁଣି ଲୋକଙ୍କ ହୋସ ଉଡିଯାଉଛି । ଅନ୍ୟପକ୍ଷରେ କିଛି ୟୁଜର୍ସ ଏହାକୁ ନେଇ କମେଣ୍ଟ କରିଛନ୍ତି ।
Powered by Froala Editor