ସମ୍ମାନ ହାନି ଭୟରେ ପେଟରେ ୫୦ ଥର ଛୁରୀ ଭୁସିଲେ ଯୁବକ
ପ୍ରଥମେ ଅଜଣା ନମ୍ବରରୁ ଜଣେ ଯୁବତୀ ଅଶ୍ଳୀଳ ଭିଡିଓ କଲ କଲେ ଆଉ ଏହାପରେ ଆରମ୍ଭ କଲେ ବ୍ଲାକମେଲିଙ୍ଗ । ନିଜ ସମ୍ମାନ ହାନି ଭୟରେ ପେଟରେ ୫୦ ଥର କଇଁଚି ଭୁସି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି ଯୁବକ । ଭୁବନେଶ୍ୱରରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ନୟାପଲ୍ଲୀ N -1 ରେ ନିଜର ଦୁଇ ପିଲା ସ୍ତ୍ରୀ ସହ ରୁହନ୍ତି ଦଣ୍ଡଧର ବାରିକ । ୩ ଦିନ ତଳେ ହଠାତ ଦଣ୍ଡଙ୍କ ସହ ଫେସବୁକରେ ଚାଟିଙ୍ଗ କରିଥିଲେ ଅଜଣା ଯୁବତୀ । ଆଉ ଏହା ପରେ (Whatsapp)ରେ ଭିଡ଼ିଓ କଲ କରିଥିଲେ । ଦଣ୍ଡ ଯୁବତୀ ଜଣଙ୍କୁ ବାରଣ କରିବା ସତ୍ୱେ ବି ଭିଡ଼ିଓ କଲରେ କଥା ହେଇଥିଲେ ଯୁବତୀ ।
ଫୁଙ୍ଗୁଳା ଦେହରେ କଥା ହେବା ବେଳର ଭିଡିଓ ସ୍କ୍ରୀନ ରେକଡ଼ିଂ କରି ଦଣ୍ଡଙ୍କୁ ବ୍ଲାକ ମେଲିଙ୍ଗ କରିବା ସହ ମୋଟା ଅଙ୍କର ଟଙ୍କା ମାଗିଥିଲେ । ଉପାୟ ନପାଇ ସାଇବର ଥାନାକୁ ବ୍ଲାକମେଲିଂ ଅଭିଯୋଗ ନେଇ ଯାଇଥିଲେ ଦଣ୍ଡଧର । କିନ୍ତୁ ପୋଲିସ ଏତଲା ନରଖିବାରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଦଣ୍ଡ।
Powered by Froala Editor