ବିନ୍ଦି ପାଇଁ ସୁଇସାଇଡ କରିଦେଲେ ଛାତ୍ରୀ

ମଥାରେ ବିନ୍ଦି ଲଗାଇଥିବାରୁ ଗାଳିଦେଲେ ଶିକ୍ଷୟିତ୍ରୀ । ସମସ୍ତଙ୍କ ସାମନାରେ ବେଇଜ୍ଜତ କଲେ । ଏମିତି ଅପମାନ ସହିପାରିଲେନି ୧୬ ବର୍ଷୀୟ ଛାତ୍ରୀ । ଶେଷରେ ସୁଇସାଇଡ କରିଦେଲେ । ଏ ଘଟଣା ଘଟିଛି ଝାରଖଣ୍ଡର ଧାନବାଦରେ । ମୃତା ଛାତ୍ରୀ ଜଣକ ହେଲେ ଉଷା କୁମାରୀ ।
ସୋମବାର ଉଷା କୁମାରୀ ମଥାରେ ବିନ୍ଦି ଲଗାଇ ସ୍କୁଲକୁ ଯାଇଥିଲେ। ମାତ୍ର ପ୍ରାର୍ଥନା ସଭାରେ ଏହା ଦେଖି ତାଙ୍କ ଉପରେ ରାଗି ଯାଇଥିଲେ ଜଣେ ଶିକ୍ଷୟିତ୍ରୀ । ସେ ଉଷାଙ୍କ ଗାଲକୁ ଚାପୁଡ଼ା ମାରିବା ସହ ଅଭସ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏଥିରେ ବିଚଳିତ ହୋଇ ପଡ଼ିଥିବା ଉଷା ଘରକୁ ଫେରିବା ପରେ ନିଜ ରୁମ୍କୁ ଭିତରୁ ବନ୍ଦ କରି ଦେଇଥିଲେ। ଏହାପରେ ଫ୍ୟାନ୍ରେ ଝୁଲି ପଡ଼ିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଝିଅ ନ ବାହାରିବାରୁ ପରିବାର ଲୋକେ କବାଟ ଭାଙ୍ଗି ଥିଲେ। ହେଲେ ସେତେବେଳକୁ ସବୁ ସରିଯାଇଥିଲା ।
Powered by Froala Editor