‘ମାଛ ଭକ୍ଷଣ’ ମନ୍ତବ୍ୟ ଦେଇ ବିବାଦରେ ସାଧୁ, ମାସେ ବ୍ୟାନ କଲା ଇସ୍କନ
ସ୍ୱାମୀ ବିବେକାନନ୍ଦ ଓ ରାମକୃଷ୍ଣ ପରମହଂସଙ୍କ ଉପରେ ଅନୁଚିତ ମନ୍ତବ୍ୟ ଦେଇଥିବାରୁ ଇଣ୍ଟରନ୍ୟାସନାଲ ସୋସାଇଟି ଫର କ୍ରିଷ୍ଣା ଚେତନା (ଇସ୍କନ) ସାଧୁ ଅମୋଘ ଲୀଲା ଦାସଙ୍କୁ ନିଷିଦ୍ଧ କରିଛି। ଆସନ୍ତା ଏକ ମାସ ପାଇଁ ତାଙ୍କୁ ଇସ୍କନରୁ ବ୍ୟାନ କରାଯାଇଛି।
ଅମୋଘ ଲୀଲା ଦାସ ହେଉଛନ୍ତି ଜଣେ ଜଣାଶୁଣା ପ୍ରବଚକ। ସୋଶାଲ ମିଡିଆରେ ତାଙ୍କର ଭିଡିଓ ଗୁଡ଼ିକ ବେଶ୍ ଲୋକପ୍ରିୟ। ତେବେ ନିକଟରେ ଏକ ପ୍ରବଚନ କାର୍ଯ୍ୟକ୍ରମରେ ସେ ସ୍ୱାମୀ ବିବେକାନନ୍ଦଙ୍କ ମତ୍ସ୍ୟ ଭକ୍ଷଣଙ୍କୁ ନେଇ ପ୍ରଶ୍ନ ଉଠାଇଥିଲେ। ଜଣେ ଧାର୍ମିକ ବ୍ୟକ୍ତି ଏମିତି କିଛି ଜିନିଷ ଭକ୍ଷଣ କରନ୍ତି ନାହିଁ, ଯାହା ଯେ କୌଣସି ପ୍ରାଣୀଧନଙ୍କୁ କଷ୍ଟ ଦେବ ବୋଲି ସେ କହିଥିଲେ।
ଅମୋଘ ଲୀଲା ଦାସ କହିଥିଲେ, କୌଣସି ସାଧୁ କେବେ କ’ଣ ମାଛ ଭକ୍ଷଣ କରିପାରନ୍ତି? ମାଛଟିଏ ବି ଯନ୍ତ୍ରଣା ଅନୁଭବ କରେ, ଠିକ୍? ତା’ହେଲେ ଜଣେ ଧାର୍ମିକ ବ୍ୟକ୍ତି ମାଛ ଭକ୍ଷଣ କରିବା ଉଚିତ୍ କି? ଏହି ପ୍ରବଚନ କାର୍ଯ୍ୟକ୍ରମରେ ସେ ସ୍ୱାମୀ ବିବେକାନନ୍ଦଙ୍କ ଗୁରୁ ରାମକୃଷ୍ଣ ପରମହଂସଙ୍କୁ ମଧ୍ୟ ସମାଲୋଚନା କରିଥିଲେ।
ସାଧୁ ଅମୋଘ ଲୀଲା ଦାସଙ୍କ ଏହି ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ବିବାଦ ସୃଷ୍ଟି ହେବା ସହ ଇସ୍କନ୍ ତା’ର ସାଧୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଥିଲା। ଅମୋଘ ଲୀଲା ଦାସଙ୍କ ଅଗ୍ରହଣୀୟ ମନ୍ତବ୍ୟ ଏବଂ ଏହି ଦୁଇ ମହାନ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱଙ୍କ ଅବଦାନ ବିଷୟରେ ତାଙ୍କର ବୁଝାମଣା ଅଭାବରୁ ଦୁଃଖିତ ବୋଲି ଇସ୍କନ୍ କହିଛି।
Powered by Froala Editor