'ଚନ୍ଦୁ ଚାମ୍ପିୟନ୍'ରେ ପ୍ରଥମଥର ସ୍କ୍ରିନ୍ ସେୟାର କରିବେ ଶ୍ରଦ୍ଧା-କାର୍ତ୍ତିକ

'ସତ୍ୟ ପ୍ରେମ କି କଥା'ର ସଫଳତା ପରେ କାର୍ତ୍ତିକ ଆର୍ଯ୍ୟନ ତାଙ୍କର ଆଉ ଏକ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏଥର ସେ ଜଣେ ସ୍ପୋର୍ଟ୍ସ ବଏ ଭାବେ ନଜର ଆସିବେ । ସେ କିଛିଦିନ ତଳେ ତାଙ୍କର ଆଗାମୀ ସ୍ପୋର୍ଟସ ଫିଲ୍ମ 'ଚନ୍ଦୁ ଚାମ୍ପିୟନ୍'ର ଘୋଷଣା କରିଥିଲେ। ସିନେମାରେ ନାୟକ ଭାବେ କାର୍ତ୍ତିକ ସୁନିଶ୍ଚିତ ହୋଇଥିବା ବେଳେ ନାୟିକା କିଏ ହେବ ସେନେଇ କିଛି ଜଣାପଡ଼ି ନାହିଁ।
ତେବେ ଏବେ ଏହି ସିନେମାରେ ନଜର ଆସିପାରନ୍ତି ଅଭିନେତ୍ରୀ ଶ୍ରଦ୍ଧା କପୁର। ସିନେମାରେ ନାୟିକା ଭାବେ ଶ୍ରଦ୍ଧାଙ୍କ ସମ୍ଭାବନା ଅଧିକ। ଯଦି ଏହି ସିନେମାରେ ସେ ନଜର ଆସନ୍ତି, ଏହା ପ୍ରଥମ ସିନେମା ହେବ, ଯେଉଁଥିରେ ଶ୍ରଦ୍ଧା ଓ କାର୍ତ୍ତିକ ସ୍କ୍ରିନ୍ ସେୟାର୍ କରିବେ। ସୂଚନା ଅନୁଯାୟୀ, ସାଜିଦ ନାଡିୟାଡୱାଲା ଓ କବୀର ଖାନ୍ ସିନେମା ପାଇଁ ଶ୍ରଦ୍ଧାଙ୍କୁ ନେବା ପାଇଁ ଆଗ୍ରହୀ ଅଛନ୍ତି।
Powered by Froala Editor