୧୩ରେ ନୁହେଁ, ୧୪ରେ ହେବ ‘ଚନ୍ଦ୍ରଯାନ-୩’ର ଉତକ୍ଷେପଣ

ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୩’ର ଉତକ୍ଷେପଣ ତାରିଖରେ ପରିବର୍ତ୍ତନ କରାଯାଇଛି। ଇସ୍ରୋ ଟୁଇଟ କରି ଏହି ସୂଚନା ଦେଇଛି। ଟୁଇଟରେ କୁହାଯାଇଛି କି ଚନ୍ଦ୍ରାୟନ ୩ ଜୁଲାଇ ୧୪ରେ ଦିନ ୨ଟା ୩୫ରେ ଲଞ୍ଚ କରାଯିବ।
ଆସନ୍ତା ଜୁଲାଇ ୧୩ରେ ‘ଚନ୍ଦ୍ରଯାନ-୩’ର ଉତ୍କ୍ଷେପଣ ନେଇ ପୂର୍ବରୁ ସ୍ଥିର ହୋଇଥିବା ବେଳେ ଉତ୍କ୍ଷେପଣ ଜୁଲାଇ ୧୪ରେ ହେବ ବୋଲି ଇସ୍ରୋ ଟ୍ୱିଟ କରି ଜଣାଇଛି। ଚନ୍ଦ୍ରାୟନ ମିଶନକୁ ନେଇ ଏସ.ସୋମନାଥ କହିଛନ୍ତି ଯେ , ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ ସେଣ୍ଟର ଲଞ୍ଚ୍ ପ୍ୟାଡ୍ରୁ ଏହାକୁ ଉତ୍କ୍ଷେପଣ କରାଯିବ। ଏଥି ସହିତ ଅଗଷ୍ଟ ୨୩ କିମ୍ବା ଅଗଷ୍ଟ ୨୪ରେ ଚନ୍ଦ୍ର ଉପରେ ଏହା ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଚେଷ୍ଟା କରିବ। ଏହାପୂର୍ବରୁ, ଇସ୍ରୋ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ ସେଣ୍ଟରରେ ବୁଧବାର (୫ ଜୁଲାଇ) ରେ ଏହାର ନୂତନ ଲଞ୍ଚ ରକେଟ LVM-3 ସହିତ ଚନ୍ଦ୍ରୟାନ -୩ ମହାକାଶଯାନକୁ ସଂଯୋଗ କରିଥିଲା।
ପୂର୍ବରୁ ଇସ୍ରୋ ମୁଖ୍ୟ ଏସ୍.ସୋମନାଥ ଜୁଲାଇ ୧୩ରେ ଉତ୍କ୍ଷେପଣ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିବା ପ୍ରକାଶ କରିଥିଲେ। ସେ ସୂଚନା ଦେଇଥିଲେ ଯେ ଆବଶ୍ୟକ ସ୍ଥଳେ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ଏହି ମିଶନ୍ ଜାରି ରହିବ। ତେବେ ଆମେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସକ୍ଷମ ହେବୁ ବୋଲି ଏସ୍.ସୋମନାଥ କହିଥିଲେ।
Powered by Froala Editor