ଲକ୍ଷେ ଟଙ୍କା ଧରି ଗଛ ଉପରକୁ ଛୁ’ ମାରିଲା ମାଙ୍କଡ଼
ଜଣେ ମାଙ୍କଡ ଲକ୍ଷପତି ହୋଇଯାଇଥିଲା । ହେଲେ କିଛି ସମୟ ପରେ ପୁଣି ସେ ଭିକାରୀ ହୋଇଯାଇଛି । ଏଭଳି ଘଟଣା ଉତ୍ତରପ୍ରଦେଶରେ ଘଟିଛି । ଦିଲ୍ଲୀରେ ବାସ କରୁଥିବା ଶରାଫତ୍ ହୁସେନ୍ ନାମରେ ଜଣେ ବ୍ୟକ୍ତି ଜମି ବିକ୍ରି ପଟ୍ଟା ପାଇଁ ଶାହାବାଦ ସ୍ଥିତ ରେଜଷ୍ଟ୍ରୀ ଅଫିସକୁ ଆସିଥିବା ବେଳେ ଟଙ୍କା ଭର୍ତ୍ତି ବ୍ୟାଗକୁ ନିଜ ବାଇକ୍ରେ ଟାଙ୍ଗି ବେଞ୍ଚରେ କିଛି ସମୟ ପାଇଁ ବସିଥିଲେ। ଏତିକି ବେଳେ ଗୋଟିଏ ମାଙ୍କଡ଼ ବ୍ୟାଗଟିକୁ ଝାମ୍ଫି ନେଇ ଗଛରେ ଚଢ଼ି ଯାଇଥିଲା।
ସେ ନିଜର କାଗଜପତ୍ର ଯାଞ୍ଚ କରୁଥିବା ବେଳେ ଗୋଟିଏ ମାଙ୍କଡ଼ ଆସି ପହଞ୍ଚିଥିଲା। ଏହାପରେ ସେ ବାଇକ ଉପରେ ଚଢ଼ି କିଛି ଖୋଜା ଖୋଜି କରିଥିଲା। ଏତିକି ବେଳେ ଗାଡ଼ିରେ ରଖାଯାଇଥିବା ବ୍ୟାଗ ଉପରେ ତା’ର ନଜର ପଡ଼ିଥିଲା। ହୁସେନ ତାଙ୍କ କାମରେ ବ୍ୟସ୍ତ ଥିବା ବେଳେ ମାଙ୍କଡ଼ଟି ଲକ୍ଷେ ଟଙ୍କା ବ୍ୟାଗକୁ ନେଇ ଚାଲି ଯାଇଥିଲା।
ଟଙ୍କା ବ୍ୟାଗ୍ ଉଦ୍ଧାର କରିବା ଲାଗି ଲୋକେଗୋଡ଼ାଇବାରୁ ପାତିମାଙ୍କଡ଼ ଟଙ୍କା ବ୍ୟାଗ୍ ପକାଇ ଦେଇ ପଳାଇଗଲା। ଶରାଫତ୍ ତାଙ୍କ ଟଙ୍କା ଫେରି ପାଇଲେ। ସୂଚନାଯୋଗ୍ୟ, ପାତିମାଙ୍କଡ଼ ମୋଟର୍ସାଇଲେ୍ରୁ ଟଙ୍କା ବ୍ୟାଗ୍ ନେଇଯାଉଥିବାର ଦୃଶ୍ୟ ସେଠାରେ ଲାଗିଥିବା ‘ସିସିଟିଭି’ କ୍ୟାମେରାରେ ମଧ୍ୟ ଉଠିଯାଇଥିଲା।
Powered by Froala Editor