ମହାପ୍ରଭୁଙ୍କ ନାଁରେ ନକଲି ଆପ୍ ଖୋଲି ଠକେଇ : ଡଲାରରେ ଆଦାୟ ହେଉଛି ଟଙ୍କା
ପୁଣି ମହାପ୍ରଭୁଙ୍କ ନାଁରେ ଅନଲାଇନ ଠକେଇ ଅଭିଯୋଗ ହୋଇଛି। ‘ଉତ୍ସବ’ ପରେ ‘ଶାଲିଗ୍ରାମ୍ ଶାଳ’ ନାମକ ଆଉ ଏକ ଆପ୍ ମହାପ୍ରଭୁଙ୍କ ନାଁରେ ଶ୍ରଦ୍ଧାଳୁଙ୍କୁ ଠକୁଥିବା ଅଭିଯୋଗ ହୋଇଛି। ଏହା ବିରୋଧରେ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ ହୋଇଛି।
ଶାଲିଗ୍ରାମ୍ ଡଟ୍ କମ୍ ନାଁରେ ଖୋଲିଥିବା ୱେବସାଇଟରେ ବ୍ରାହ୍ମଣ ଭୋଜନବେଳର ଏକ ଫଟୋ ପକାଯାଇ ଦର ସ୍ଥିର କରାଯାଇଛି। ଯେମିତିକି ୧୧ ଜଣ ବ୍ରାହ୍ମଣଙ୍କୁ ଭୋଜନ ଦେବାକୁ ଚାହିଁଲେ ୬ ହଜାର ଟଙ୍କା ଅର୍ଥାତ୍ ୭୯ ଆମେରିକୀୟ ଡଲାର ଦେବାକୁ ପଡ଼ିବ। ତା’ ପୁଣି ୫୦% ଡିସ୍କାଉଣ୍ଟ ରେଟ୍ରେ। ସେମିତି ଜଗନ୍ନାଥଙ୍କ ପୂଜା ମନ୍ତ୍ର ଜପ ଓ ଯଜ୍ଞ ପାଇଁ ୫୦ ପ୍ରତିଶତ ରିହାତିରେ ରେଟ୍ ରହିଛି ସାଢ଼େ ୪ ହଜାର ଟଙ୍କା ବା ୫୯ ଡଲାର। ତିନି ବିଗ୍ରହଙ୍କ ପୂଜା ପାଇଁ ୧୧ ହଜାର ୫୦୦ ଟଙ୍କା, ତିନିଜଣ ପୂଜକଙ୍କ ଦ୍ୱାରା ସିଦ୍ଧ ପୂଜା ଗୋଟିଏ ଦିନ କରିବାକୁ ୧୨ ହଜାର ଟଙ୍କା ବା ୧୫୯ ଡଲାର ଲାଗିବ ବୋଲି ରେଟ୍ ସ୍ଥିର କରିଛି ସଂପୃକ୍ତ ସଂସ୍ଥା। ତେବେ ଏଭଳି ଠକେଇ ଘଟଣାର ପର୍ଦ୍ଧଫାସ କରିବା ପରେ ସେବାୟତଙ୍କ ପକ୍ଷରୁ ପୋଲିସରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ସିଂହଦ୍ୱାର ଥାନା ମାମଲା ରୁଜୁ କରିଛି ।
Powered by Froala Editor