ଗୁଣିଗାରେଡ଼ି ସନ୍ଦେହ, ଟାଙ୍ଗିଆରେ ହାଣି ହତ୍ୟା କଲେ ଗ୍ରାମବାସୀ
କୋରାପୁଟ: କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ଧନିବାଲସା ଗାଁରେ ଗୁଣିଗାରେଡ଼ି ସନ୍ଦେହରୁ ଗଡ଼ିଲା ମୁଣ୍ଡ । ଗୁଣିଗାରେଡି କରୁଥିବା ସନ୍ଦେହରେ ଧନିବାଲସା ଗ୍ରାମର ମହାଦେବ ଖରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଗ୍ରାମବାସୀ। ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ଗୁରୁତର ଆହତ ହୋଇଥିବା ମହାଦେବ ଖରାଙ୍କ ପତ୍ନୀ ମଙ୍ଗୁଳି ଖରା ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।ଧନିବାଲସା ଗାଁରେ ଗତ ୫ ମାସ ମଧ୍ୟରେ ପାଞ୍ଚ ଜଣକ ମୃତ୍ୟୁ ଘଟିସାରିଛି । ଗତ ଶୁକ୍ରବାର ଉକ୍ତ ଗ୍ରାମର ବଳରାମ ଖରାଙ୍କ ମୃତ୍ୟୁ ଘଟିଥିଲା। ମହାଦେବ ଗୁଣିଗାରେଡି କରୁଥିବା ସନ୍ଦେହରେ ଗ୍ରାମବାସୀ ଗତକାଲି ସଂଘବଦ୍ଧଭାବେ ତାଙ୍କୁ ଟାଙ୍ଗିଆରେ ହାଣିଥିଲେ।
ସ୍ୱାମୀଙ୍କ ଉପରେ ମରଣାନ୍ତକ ହେଉଥିବା ଦେଖି ତାଙ୍କୁ ବଞ୍ଚାଇବାକୁ ଯାଇ ପତ୍ନୀ ମଙ୍ଗୁଳି ବି ଆକ୍ରମଣର ଶିକାର ହେଲେ। ଗ୍ରାମବାସୀଙ୍କ ଆକ୍ରମଣରେ ମହାଦେବଙ୍କ ମୁଣ୍ଡରେ ଗଭୀର ଚୋଟ ଲାଗିଥିବା ବେଳେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା। ତାଙ୍କୁ ବଞ୍ଚାଇବାକୁ ଯାଇ ମଙ୍ଗୁଳିଙ୍କ ହାତରେ ବି ଗଭୀର ଚୋଟ ଲାଗିଛି।ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Powered by Froala Editor