ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର
ସମ୍ବଲପୁର: ଛତିଶଗଡ଼ କଲମା ବ୍ୟାରେଜର ସବୁ ଗେଟ୍ ଖୋଲିବା ପରେ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ପ୍ରତି ସେକେଣ୍ଡରେ ହୀରାକୁଦକୁ ୧,୧୩,୬୭୮ ଘନଫୁଟ ଜଳ ପ୍ରବେଶ କରୁଛି। ଡ୍ୟାମ ମଧ୍ୟରୁ ସେକେଣ୍ଡକୁ ୩୦ ହଜାର ୫୫୫ ଘନଫୁଟ ଜଳ ନିଷ୍କାସିତ ହେଉଛି। ଏବେ ହୀରାକୁଦ ଡ୍ୟାମର ଜଳସ୍ତର ୬୦୫.୧୫ ଫୁଟ ରହିଛି।
ପ୍ରକାଶ ଥାଉକି, ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଶୁକ୍ରବାର କଲମା ବ୍ୟାରେଜର ୬୬ଟି ଗେଟ୍ ଖୋଲିଛି ଛତିଶଗଡ଼। ଫଳରେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ବଢିଛି। ଫଳରେ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ତେବେ ଛତିଶଗଡ଼ ବାରମ୍ଵାର ଏଭଳି ମନମାନି କରୁଛି। ଅଣମୌସୁମୀ ବେଳେ ଛତିଶଗଡ଼ କଲମା ବ୍ୟାରେଜର ସବୁ ଗେଟ୍ ବନ୍ଦ କରି ଦେଉଛି। ଯାହା ଫଳରେ ଓଡ଼ିଶାରେ ମରୁଡ଼ି ଭଳି ସ୍ଥିତି ସୃଷ୍ଟି ହେଉଛି। ସେହିପରି ମୌସୁମୀ ବେଳେ ସବୁ ଗେଟ୍ ଖୋଲି ଦେଉଛି। ଯାହାଫଳରେ ଓଡ଼ିଶାର ବନ୍ୟା ସ୍ଥିତି ସୃଷ୍ଟି ହେଉଛି।
Powered by Froala Editor