ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ,୨୧ ପ୍ରକାର ମାଓ ବ୍ୟବହୃତ ସାମଗ୍ରୀ ଜବତ
ନୂଆପଡା :ସିନାପାଲି ଥାନା ଝୋଲାପଡା ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ ହୋଇଛି । ହ୍ୟାଣ୍ଡ ଗ୍ରେନେଟ୍ ସହ ୨୧ ପ୍ରକାର ମାଓ ବ୍ୟବହୃତ ସାମଗ୍ରୀ ଜବତ । ଜଙ୍ଗଲରେ ମାଓବାଦୀ ଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ସିଆରିପିଏଫ୍-୧୯, ସିଆରପିଏପ୍ ୨୦୧୬ ବାଟାଲିୟନ୍ ସହ ଡିଭିଏଫ୍ ଯବାନମାନେ କୁମ୍ବଂ ଅପରେସନ ଆରମ୍ଭ କରିଥିଲେ । ଜଙ୍ଗଲରେ ସୁରକ୍ଷାକର୍ମୀଙ୍କୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । କିନ୍ତୁ ଘଞ୍ଚ ଜଙ୍ଗଲ ଭିତରୁ ମିଳିଥିଲା ମାଓ କ୍ୟାମ୍ପ । ଯେଉଁଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।
ତେବେ ଜବତ ହୋଇଥିବା ମାଓ ସାମଗ୍ରୀ ମଧ୍ୟରେ ହ୍ୟାଣ୍ଡ ଗ୍ରେନେଟ୍ ସହ ୨୧ ପ୍ରକାର ମାଓ ବ୍ୟବହୃତ ସାମଗ୍ରୀ ରହିଛି । ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି ।
Powered by Froala Editor