ଶିଶୁଙ୍କୁ ଟୁଥବ୍ରଶର ଟ୍ରେନିଂ ଦେବା ନିହାତି ଜରୁରୀ

ଶିଶୁମାନେ ଧିରେ ଧିରେ ବଢିବା ସହ ତାଙ୍କର ସଫା ସୁତୁରା ଓ ହାଇଜିନ୍ର ଅଭ୍ୟାସକୁ ବି ରୁଟିନ୍ କରିବା ଜରୁରୀ ହୋଇଥାଏ। ଏହି ତାଲିକାରେ ସବୁଠୁ ଜରୁରୀ ଓରାଲ ହାଇଜିନ୍। ଓରାଲ ହାଇଜିନର କନେକ୍ସନ କହିବାକୁ ଗଲେ ସ୍ୱାସ୍ଥ୍ୟ ସହ ରହିଥାଏ। ଶିଶୁଙ୍କ ଦାନ୍ତ ଓ ମୁହଁର କୀଟାଣୁ ପେଟକୁ ଯାଇ ଶିଶୁକୁ ରୋଗଗ୍ରସ୍ତ କରିଥାଏ। ଏଥିରେ ଦାନ୍ତ ବି ଖରାପ ହୋଇଯାଏ। ଏଥିପାଇଁ ଶିଶୁଙ୍କୁ ଟୁଥବ୍ରଶର ଟ୍ରେନିଂ ଦେବା ନିହାତି ଜରୁରୀ । ହେଲେ କେବେ ଠାରୁ ଏହା କରିବା ଉଚିତ୍ ଆସନ୍ତୁ ଜାଣିବା ।
ଶିଶୁଙ୍କ ଦାନ୍ତ ବାହାରିବା ସହ ହିଁ ତାକୁ ସଫା ରଖିବା ଆବଶ୍ୟକ –
ସାଧାରଣ ଭାବେ ଶିଶୁଙ୍କ ଦାନ୍ତ ୬ ମାସର ହେବା ପରେ ପରେ ବାହାରିବା ଆରମ୍ଭ ହୋଇଥାଏ। ଶିଶୁଙ୍କ ଏହି ଦାନ୍ତର ସଫେଇ ଆପଣ କୋମଳ କପଡ଼ା ସାହାଯ୍ୟରେ କରି ପାରିବେ। ଏଥିରେ ଦାନ୍ତ ସହ ମାଢି ଓ ଜିଭ ମଧ୍ୟ ସହଜରେ ସଫା ହୋଇଯାଏ ।
ବର୍ଷେରୁ ଦେଢ ବର୍ଷର ପିଲା – ଶିଶୁକୁ ଯେବେ ବର୍ଷେରୁ ଦେଢ ବର୍ଷ ଭିତରେ ହୋଇଯାଏ ତାଙ୍କ ପାଇଁ ପୂରା ସଫ୍ଟ ବ୍ରିସଲ୍ସର ଟୁଥବ୍ରଶ୍ର ସାହାଯ୍ୟରେ ଦାନ୍ତକୁ ସଫା କରନ୍ତୁ। କିନ୍ତୁ ଟୁଥପେଷ୍ଟର ବ୍ୟବହାର କରନ୍ତୁ ନାହିଁ । କେବଳ ପାଣି ସାହାଯ୍ୟରେ ଦାନ୍ତ ସଫା କରାନ୍ତୁ ।
Powered by Froala Editor