ମଣିଷ ଛୁଇଁଲା ବୋଲି ଛାଡ଼ିଦେଲେ...ମା’କୁ ଖୋଜୁଛି ୨ ମାସର ଶାବକ
କେନ୍ଦୁଝର ଜିଲ୍ଲା ଘଟଗାଁ ବାନାଞ୍ଚାଳ ଅଧୀନ ବାଲିପୋଖାରି ପଂଚାୟତ କାଳିମାଟି ଦୁଧିଆନାଳି ପାହାଡର ଖୋଲରେ ଏକ ୨ ମାସର ହାତୀ ଛୁଆର ଗୋଡ ପଶି ଯିବାରୁ ଯାଇପାରିନଥିଲା ଶାବକ । ଗ୍ରାମବାସୀ ଓ ବନବିଭାଗ ମିଳିତ ଭାବେ ଛୁଆଟିକୁ ଉଦ୍ଧାର କରିଥିଲେ ।
ହେଲେ ବିଡମ୍ବନାର କଥା ଯେ, ହାତୀପଲ ଆଉ ଶାବକକୁ ନେଉନାହାନ୍ତି । ମଣିଷ ଛୁଇଁ ଦେବାରୁ ସେ ଅଛୁଆଁ ହୋଇଯାଇଛି । ଫଳରେ ଗତକାଲିଠାରୁ ବନ ବିଭାଗ ହାତୀ ଛୁଆ ଓ ଦଳ ଉପରେ ନଜର ରଖିଥିବା ବେଳେ ଯଦି ଗ୍ରହଣ ନ କରେ ତେବେ କ’ଣ ହେବ ସେ ଚିନ୍ତାରେ ରହିଛି। ହାତୀଟି ବାରବାଙ୍କ ଜଙ୍ଗଲରେ ଦଳଠାରୁ ପ୍ରାୟ ୨୦୦ ମିଟର ଦୂରରେ ଏକୁଟିଆ ବୁଲୁଥିବା ବେଳେ ତା’ ଉପରେ ହାତୀ ସ୍କ୍ବାଡ ନଜର ରଖିଥିବା ଜଣାପଡ଼ିଛି।
ପ୍ରକାଶ ଯେ କାଳିମାଟି ନିକଟ ଦୁଧିଆନାଳି ପାହାଡ ଦେଇ ଏକ ହାତୀ ଦଳ ଯାଉଥିଲେ । ଏକ ଛୁଆ ହାତୀ ବି ସାଙ୍ଗରେ ଥିଲା । ପାହାଡ ଉପରେ ଯାଉଥିବା ବଳେ ଛୁଆ ହାତୀ ର ଗୋଡ ପଥର ଖୋଲାରେ ପଶିଯାଇଥିଲା । ଛୁଆ ଟି ଚିତ୍କାର କରିଥିଲା । ବୋଧହୁଏ ବଡ ହାତୀ ଛୁଆକୁ ଉଧାର କରି ବାରେ ବିଫଳ ହେବାରୁ ସକାଳ ହେତୁ ଛାଡ଼ି ପଳାଇଥିଲେ । ସକାଳୁ ବନବିଭାଗ ବହୁ କଷ୍ଟରେ ସୁରକ୍ଷିତ ଭାବେ ଉଧାର କରିଥିଲେ । ତେବେ ହାତୀ ଛୁଆ ଉଦ୍ଧାର ବେଳେ ତାକୁ ଛୁଇଁବା ଫଳରେ ମା’ ହାତୀ ଓ ଦଳ ପାଖକୁ ଯାଉନାହାନ୍ତି କିମ୍ବା ଗ୍ରହଣ କରୁନାହାନ୍ତି ା ବନ ବିଭାଗ ସେହି ହାତୀ ଦଳ ରେ ଛାଡ଼ିବା ପାଇ ଯୋଜନା କରିଛନ୍ତି ,ହାତୀ ଦଳ ର ଗତିବିଧି ଉପରେ ନଜର ରଖିଛନ୍ତି ,ହାତୀ ଦଳ ପାଇଲା ପର୍ଯ୍ୟନ୍ତ ନିଜ ହେପାଜତ ରେ ରଖିଛନ୍ତି ।
Powered by Froala Editor