ସାରା ଦୁନିଆ ମୋଦିଙ୍କୁ ପ୍ରଶଂସା କରୁଛି,କିନ୍ତୁ କଂଗ୍ରେସ ନେତାଙ୍କ ପେଟ ମୋଡୁଛି: ଜେ ପି ନଡ୍ଡା
ଭବାନୀପାଟଣା: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଏକ ନୂଆ ଦିଶା ଦେଇଛନ୍ତି। ଏଥିଲାଗି ତାଙ୍କୁ ସାରା ବିଶ୍ବରେ ପ୍ରଶଂସା କରାଯାଉଛି। ‘ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱକୁ ସାରା ବିଶ୍ୱ ମାନୁଛି, ନୋବେଲ ବିଜେତା ପଲ୍ ରୋମର ବି ମୋଦୀଙ୍କ ପ୍ରଶଂସାରେ ଶତମୁଖ। ଖାଲି ସେତିକି ନୁହେଁ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ବସ୍’ କହି ସମ୍ବୋଧନ କରୁଛନ୍ତି। କିନ୍ତୁ ଏକଥାକୁ କଂଗ୍ରେସ ହଜମ କରିପାରୁନାହିଁ। କଂଗ୍ରେସ ନେତା ମୋଦୀଙ୍କୁ ସାପ, ବିଚ୍ଛା କହିବାକୁ ବି ପଛାଉନାହାନ୍ତି। କିନ୍ତୁ ଏକଥା ସେମାନେ ଭୁଲିଯାଉଛନ୍ତି, ଦେଶର ୧୪୦ କୋଟି ଜନତା ମୋଦୀଜିଙ୍କ ସହିତ ଅଛନ୍ତି। ସାରା ଦୁନିଆ ମୋଦିଙ୍କୁ ପ୍ରଶଂସା କରୁଛି,କିନ୍ତୁ ଏଠାରେ ଆମ କଂଗ୍ରେସ ନେତାଙ୍କ ପେଟ ମୋଡୁଛି । ମୋଦିଙ୍କଚ ପ୍ରଶଂସା କଲେ କଂଗ୍ରେସକୁ ଭାରି କଷ୍ଠ ହେଉଛି ବୋଲି କହିଛନ୍ତି ଜେପତ ନଡ୍ଡା । ଆଜି ପାଟନାରେ କଂଗ୍ରେସ ସହ କିଛି ବିରୋଧି ଏକାଠି ହୋଇଛନ୍ତି । ରାହୁଲ ଗାନ୍ଧୀଙ୍କ ଜେଜେମା ନୀତିଶଙ୍କୁ ଜେଲରେ ଠୁଙ୍କିଥିଲେ । ଆଜି ସେହିମାନେ ରାହୁଲଙ୍କ ସହ ସେଠାରେ ଏକାଠି ହୋଇଛନ୍ତି ବୋଲି କହିଛନ୍ତି ଜେପି ନଡ୍ଡା ।ଭବାନୀପାଟଣାରେ ବିଜେପିର ମହା ଜନସଂପର୍କ ସମାବେଶରେ ଯୋଗ ଦେଇ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଏକଥା କହିଛନ୍ତି।
ଏଣେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ସଭାପତି ଜେପି ନଡ୍ଡା। ସେ କହିଛନ୍ତି, ଓଡ଼ିଶାରେ ୨୩ ବର୍ଷ ହେଲା ନବୀନ ସରକାର ଚାଲିଛି, ହେଲେ ଓଡ଼ିଶା ସବୁଠାରୁ ପଛୁଆ। ଏହା ଏବେ ଗରିବ ରାଜ୍ୟ ଭାବେ ପରିଚିତ ହେଉଛି। ଓଡ଼ିଶାର ୩.୫ କୋଟି ଲୋକଙ୍କୁ ମୋଦୀ ରାସନ ଦେଉଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାରେ ହିତାଧିକାରୀଙ୍କୁ ଘର ମିଳୁନି। ସେ ଆହୁରି କହିଛନ୍ତି, ଓଡ଼ିଶାକୁ ଚଳାଉଛି କିଏ ଓ ଏଠାକାର ନେତା କିଏ କାହାକୁ ଜଣାନାହିଁ। ଓଡ଼ିଶାକୁ ନେତା ନା ଅଫିସର ଚଳାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ବିଜେଡି ସାଂସଦ ଓ ବିଧାୟକଙ୍କ କଥା କେହି ଶୁଣୁନାହାନ୍ତି। ନବୀନ ପଟ୍ଟନା୍ୟକ ଅଧିକାରୀଙ୍କ ହାତରେ ପୂରା ଶାସନକୁ ଟେକି ଦେଇଛନ୍ତି ବୋଲି କହିବାକୁ ପଛାଇନାହାନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ।
Powered by Froala Editor