ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ
ନବରଙ୍ଗପୁର : ଭିଜିଲାନ୍ସ ପଞ୍ଝାରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ। ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ହୋଇଛି। ନବରଙ୍ଗପୁର ସ୍ଥିତ ସରକାରୀ ବାସଭବନ ସମେତ ଏକକାଳୀନ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ।
ଏହି ଚଢାଉରେ ଦୁଇ ଜଣ ଆଡିସନାଲ ଏସପି, ୭ ଜଣ ଡିଏସପି, ୮ ଜଣ ଇନସପେକ୍ଟର, ଏବଂ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି। ପ୍ରଶାନ୍ତ ରାଉତଙ୍କ ଭୁବନେଶ୍ଵରର କାନନ ବିହାରରେ ଥିବା ଦୁଇ ମହଲା ଘର, ନବରଙ୍ଗ ସ୍ଥିତ ଘର, ନବରଙ୍ଗ ସ୍ଥିତ ଅଫିସ, ଭଦ୍ରକ ସ୍ଥିତ ପୈତୃକ ଘର ଏବଂ ଅନ୍ୟ ୫ଟି ସ୍ଥାନରେ ଚଢାଉ ଚାଲିଛି।
Powered by Froala Editor