ଜାଣନ୍ତୁ ଏହି ମହିଳାଙ୍କ ବିଷୟରେ, ଯିଏ ପାଇଥିଲେ ଦୁଇ ଥର ନୋବେଲ...
ନୋବେଲ ପୁରସ୍କାର । ଏକ ସମ୍ମାନଜନକ ପୁରସ୍କାର । ଥରୁଟିଏ ଏହି ପୁରସ୍କାର ପାଇବାକୁ ସମସ୍ତଙ୍କ ଇଚ୍ଛା । ତେବେ ଜାଣିଛନ୍ତି କିଏ ଏହି ପୁରସ୍କାରକୁ ଦୁଇ ଦୁଇ ଥର ପାଇଲେ ଜଣେ ମହିଳା । ସେ ହେଉଛନ୍ତି ମ୍ୟାଡାମ କ୍ୟୁରୀ । ରେଡିୟମ ଆବିଷ୍କାର ପାଇଁ ତାଙ୍କୁ ନୋବେଲ ପୁରସ୍କାର ମିଳିଥିଲା। ରେଡିୟମ ଏକ ଅତ୍ୟନ୍ତ ମୂଲ୍ୟବାନ ଓ ଧାତବ ପଦାର୍ଥ। ଯାହା କୋଟି କୋଟି କ୍ୟାନସର ରୋଗୀଙ୍କୁ ଭଲ କରୁଛି।
ମାଡାମ କ୍ୟୁରୀ ହେଉଛନ୍ତି ଜଣେ ବିଚକ୍ଷଣ ପ୍ରତିଭା । ୧୮୬୭ ମସିହା ନଭେମ୍ବର ୭ ତାରିଖରେ ମ୍ୟାଡାମ କ୍ୟୁରୀ ଜନ୍ମ ଗ୍ରହଣ କରିଥିଲେ। ପିଲା ବେଳେ ତାଙ୍କ ନାଁ ମେରୀ ଥିଲା। ବାପା ମାଆ ଶ୍ରଦ୍ଧାରେ ମାନିଆ ଡାକନ୍ତି। ତାଙ୍କର ଆଉ ଚାରି ଜଣ ଭାଇ ଭଉଣୀ ଥିଲେ। ସେମାନେ ସମସ୍ତେ ପୋଲାଣ୍ତ ଦେଶର ଅଧିବାସୀ। ପିଲାବେଳୁ ତାଙ୍କ ସ୍ମରଣଶକ୍ତି ଅଗାଧ ଥିଲା ।
କ୍ୟୁରୀଙ୍କ ବିବାହ ହେଲା ପ୍ୟାରିସ୍ ର ଜଣେ ଯୁବ ବୈଜ୍ଞାନିକ ଅଧ୍ୟାପକ ପେରି କ୍ୟୁରୀଙ୍କ ସହିତ। ଦିନେ ସେ ଦୁହେଁ ଆବିଷ୍କାର କଲେ ରେଡିୟମ୍। ରେଡିୟମ୍ କୁ ସେ ନିଜର ବ୍ୟକ୍ତିଗତ ସମ୍ପତ୍ତି ନ କରି ସମଗ୍ର ମାନବ ଜାତି ଉଦେଶ୍ୟରେ ଦେଲେ।
କିନ୍ତୁ ଯେଉଁ ରେଡିୟମ ପାଇଁ ସେ ସାରା ବିଶ୍ବରେ ପରିଚୟ ପାଇଲେ ସେଇ ରେଡିୟମ ହିଁ ହେଲା ତାଙ୍କ ମୃତ୍ୟୁର କାରଣ। ରେଡିୟମ ମାରାତ୍ମକ ବିଷ ତାଙ୍କ ଦେହ ସାରା ଚରି ଯାଇଥିଲା। ସେ ଅସୁସ୍ଥ ଓ ଦୃର୍ବଳ ହୋଲି ମୃତ୍ୟୁବରଣ କଲେ।
Powered by Froala Editor