ଆରଏଡବ୍ଲୁର ମୁଖ୍ୟ ହେଲେ ରବି ସିହ୍ନା
ନୂଆଦିଲ୍ଲୀ : ଭାରତର ବୈଦେଶିକ ଗୁଇନ୍ଦା ସଂସ୍ଥା- ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ଉଇଙ୍ଗ୍ – ଆରଏଡବ୍ଲୁର ନୂଆ ମୁଖ୍ୟ ବରିଷ୍ଠ ଆଇପିଏସ୍ ଅଧିକାରୀ ରବି ସିହ୍ନାଙ୍କୁ ନିଯୁକ୍ତି କରାଯାଇଛି। ୧୯୮୮ ବ୍ୟାଚ ଛତିଶଗଡ଼ କ୍ୟାଡର ଆଇପିଏସ ଅଫିସର ରବି ସିହ୍ନାଙ୍କୁ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର। ରବି ସିହ୍ନା ସାମନ୍ତ କୁମାର ଗୋୟଲଙ୍କ ସ୍ଥାନ ନେବେ । ରବି ସିହ୍ନା ବର୍ତ୍ତମାନ କ୍ୟାବିନେଟ ସଚିବାଳୟରେ ସ୍ୱତନ୍ତ୍ର ସଚିବ ଅଛନ୍ତି। ଏହି ମାସ ଜୁନ ୩୦ ତାରିଖରେ ସେ ର’ ନୂଆ ମୁଖ୍ୟ ଭାବେ ଦାୟିତ୍ୱ ନେଇ ଏହି ପଦବୀରେ ଦୁଇବର୍ଷ ରହିବେ ।
ରବି ସିହ୍ନା ପୁଲିସ ମହଲରେ ସେ ଅପରେସନ ମ୍ୟାନ ଭାବେ ପରିଚିତ । ରବି ସିହ୍ନା ବିହାରର ଭୋଜପୁର ଜିଲ୍ଲାର ମୂଳ ବାସିନ୍ଦା । ସେ ଦିଲ୍ଲୀର ସେଣ୍ଟଷ୍ଟିଫେନ୍ସ କଲେଜରୁ ନିଜର ପାଠପଢା ଶେଷ କରିଥିଲେ । ୧୯୮୮ରେ ୟୁପିଏସସି ପରୀକ୍ଷୀରେ ସଫଳତା ପାଇବା ପରେ ଭାରତୀୟ ପୁଲିସ ସେବାରେ ସାମିଲ ହୋଇଥିଲେ । ମଧ୍ୟପ୍ରଦେଶ କ୍ୟାଡରରେ ତାଙ୍କୁ ନିଯୁକ୍ତି ମଳିଥିଲା । ୨୦୦୦ ମସିହାରେ ମଧ୍ୟପ୍ରଦେଶରୁ ଛତିଶଗଡ ଅଲଗା ହେବା ପରେ ତାଙ୍କୁ ଏହି କ୍ୟାଡରକୁ ସ୍ଥାନାନ୍ତର କରାଯାଇଥିଲା ।
ବର୍ତ୍ତମାନର ର’ ମୁଖ୍ୟ ସାମନ୍ତ କୁମାର ଗୋଏଲଙ୍କ କାର୍ୟ୍ୟକାଳ ୨୦୨୩ ଜୁନ୍ ୩୦ରେ ଶେଷ ହେଉଛି।
Powered by Froala Editor