୩ ଦିନିଆ ଆମେରିକା ଗସ୍ତରେ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ୩ ଦିନିଆ ଆମେରିକା ଗସ୍ତରେ ବାହାରିଛନ୍ତି । ମୋଦୀଙ୍କର ଏହି ଗସ୍ତ ଐତିହାସିକ ହେବାକୁ ଯାଉଛି । କାରଣ ସେ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଯିଏ ଦ୍ୱିତୀୟ ଥର ପାଇଁ ଜାତିସଂଘ ବୈଠକକୁ ସମ୍ବୋଧନ କରିବେ ।ଆଜି ସକାଳେ ସ୍ୱତନ୍ତ୍ର ବିମାନରେ ମୋଦୀ ଆମେରିକା ଅଭିମୁଖେ ବାହାରିଛନ୍ତି । ତାଙ୍କର ଆମେରିକା ଗସ୍ତ ୨୧ ଜୁନରୁ ୨୩ ଜୁନ ଯାଏଁ ରହିବ । ଏଠାରେ ସେ ମିଶର ଅଭିମୁଖେ ଯାତ୍ରା କରିବାର କାର୍ୟ୍ୟକ୍ରମ ରହିଛି ।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଆମେରିକା ପ୍ରଥମ ମହିଳା ନାଗରିକ ଜିଲ୍ ବାଇଡେନଙ୍କ ଅନୁରୋଧ କ୍ରମେ ମୋଦୀ ଆମେରିକା ଗସ୍ତ କରିଛନ୍ତି । ଏହି ଅବସରରେ ଦୁଇ ଦେଶ ମଧ୍ୟରେ ସବୁଠାରୁ ବଡ ପ୍ରତିରକ୍ଷା ଡିଲରେ ମୋହର ବାଜିବ । ଫଳରେ ଭାରତୀୟ ପ୍ରତିରକ୍ଷା ଶକ୍ତି ଅନେକ ଗୁଣରେ ବୃଦ୍ଧି ପାଇବ ବୋଲି କୁହାଯାଉଛି ।
ଚୀନର ମୁକାବିଲା କରିବାକୁ ଭାରତ ସେନାକୁ ଲଢୁଆ ବିମାନ ସଂଖ୍ୟାକୁ ବଢାଇବାକୁ ପଡିବ । ଏଥିପାଇଁ ଜେସ୍ ମାର୍କ-୨ ଲଢୁଆ ବିମାନ ପାଇଁ ନୂଆ ଇଞ୍ଜିନର ଆବଶ୍ୟକତା ରହିଛି । ଆମେରିକା ଗସ୍ତ ସମୟରେ ଜିଇ-ଏଫ୪୧୪ ଇଞ୍ଜିନର ନିର୍ମାଣ ଭାରତରେ ହେବା ଡିଲ ଉପରେ ମଧ୍ୟ ମୋହର ବାଜିବ । ଫଳରେ ଜେଟ୍ ଇଞ୍ଜିନ ଭାରତରେ ପ୍ରସ୍ତୁତ କରାଯିବ । ଏଥିପାଇଁ ଆମେରିକା ଟେକ୍ନୋଲୋଜି ଟ୍ରାନ୍ସଫର ଉପରେ ସହମତି ହୋଇସାରିଛି ।
Powered by Froala Editor