ମୋବାଲଇ ଛଡ଼ାଇନେଲେ ବୋଲି ମା’ କୁ ମାରିବାକୁ ଉଦ୍ୟମ କଲା ଝିଅ: ଚିନିରେ କୀଟନାଶକ ମିଶାଇଦେଲା
ଝିଅ ସବୁବେଳେ ମୋବାଇଲ ଧରି ଦେଖୁଥିଲା । ନା ପାଠପଢୁଥିଲା ନା କିଛି କାମ କରୁଥିଲା । ରାଗରେ ମା’ ତା ହାତରୁ ମୋବାଇଲ ଛଡାଇନେଲେ । ଏତିକିରେ ରାଗିଗଲା ୧୩ ବର୍ଷର ଝିଅ । ରାଗରେ ନିଜ ମାଆର ହତ୍ୟା କରିବା ପାଇଁ ଯୋଜନା କରିଲା । ଏହିପରି ଘଟଣା ସାମ୍ନାକୁ ଆସିଛି ଅହମଦାବାଦରୁ ।
ସୂଚନା ଅନୁଯାୟୀ, ନାବାଳିକା ଜଣକ ଦିନ ରାତି କେବଳ ମୋବାଇଲେ ଲାଗି ରହୁଥିଲେ । କେତେବେଳେ ସାଙ୍ଗଙ୍କ ସହ ଚାଟିଙ୍ଗ ତ କେତେବେଳେ ସୋସିଆଲ ମିଡିଆରେ ରିଲ୍ସରେ ଲାଗି ରହୁଥିଲେ । ଏଥି ଯୋଗୁଁ ନାବାଳିକାର ପାଠପଢା ସହିତ ଜୀବନ ଯାପନ ପ୍ରଣାଳୀ ଉପରେ ପ୍ରଭାବ ପକାଉଥିଲା । ଅଭିଭାବକ ଏହା ଜଣି ନାବାଳିକା ଠାରୁ ଫୋନକୁ ଦୂରେଇ ଦେଇଥିଲେ । ଫଳରେ ସେ ରାଗି ଯାଇ ନିଜ ମାଆକୁ ମାରିବା ପାଇଁ ଅନେକ ଉଦ୍ୟମ କରିଥିଲେ ।
ଚିନି ଡବାରେ କୀଟନାଶକ ପାଉଡର ମିଶାଇ ଏବଂ ସୌଚ ଘରେ ଫିନାଇଲ ପକାଇ ମାଆକୁ ମାରିବାକୁ ଉଦ୍ୟମ କରିଥିଲେ । ଏହାକୁ ମାଆ ଆଖିରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ପରବର୍ତ୍ତୀ ସମୟରେ ହେଲ୍ପଲାଇନ ନମ୍ବରକୁ କଲ୍ କରି ସାହାଯ୍ୟ ପାଇଁ କହିଥିଲେ । ୧୮୧ ହେଲ୍ପଲାଇନର ଜଣେ ସଦସ୍ୟ ଝିଅର ଏହିପରି ଭାବନା ବିଷୟରେ କହି ନାବାଳିକାର ଅଭିଭାବକଙ୍କୁ ସତର୍କ ସୂଚନା ଦେଇଥିଲେ । ତେବେ ହେଲ୍ପଲାଇନ ସଦସ୍ୟ ଝିଅକୁ କାଉନସେଲିଂ ଜରିଆରେ ବୁଝାଇବାକୁ ଚେଷ୍ଟା ଜାରି ରଖିଛନ୍ତି ।
Powered by Froala Editor