ଇଣ୍ଡିଗୋର ବଡ଼ ଅର୍ଡର : ୫୦୦ ବିମାନ କିଣିବାକୁ ଡିଲ୍
ଇଣ୍ଟରଗୋଲ୍ବ ଏଭିଏସନ ଅର୍ଥାତ ଇଣ୍ଡିଗୋ ୫୦୦ ଏୟାରବସ୍ ଏ୩୨୦ ବିମାନ କିଣିବା ନେଇ ଘୋଷଣା କରିଛି । ଏସବୁ ବିମାନ ଏୟାରବସ୍ ଏ-୩୨୦ ଫ୍ୟାମିଲି ଏୟାରକ୍ରାଫ୍ଟ ଶ୍ରେଣୀର। ଏଥିସହିତ ଇଣ୍ଡିଗୋ ଗୋଟିଏ ଥରରେ ଏତେ ବଡ଼ ଅର୍ଡର ଦେଇଥିବା ପ୍ରଥମ ଭାରତୀୟ ଏୟାରଲାଇନ ଭାବେ ପରିଗଣିତ ହୋଇଛି ।
ଏହି ବିମାନଗୁଡ଼ିକର ଡେଲିଭରି ୨୦୩୦ରୁ ୨୦୩୫ ମଧ୍ୟରେ ହେବାର ଆଶା କରାଯାଉଛି । କମର୍ସିଆଲ ଏଭିଏସନ ହିଷ୍ଟ୍ରିର ଏହା ଏପର୍ଯ୍ୟନ୍ତ ସୁଦ୍ଧା ସବୁଠୁ ବଡ଼ ଅର୍ଡର ଅଟେ । ଇଣ୍ଡିଗୋ ପୂର୍ବରୁ ଏହି ରେକର୍ଡ ଏୟାର ଇଣ୍ଡିଆ ନାଁରେ ଥିଲା ।
କିଛି ଦିନ ତଳେ ଟାଟା ମାଲିକାନାରେ ଥିବା ଏୟାର ଇଣ୍ଡିଆ ଏକ ବଡ ଡିଲ୍ କରିଥିଲା। ଯେଉଁଥିରେ ୪୭୦ଟି ବିମାନ କିଣିବାକୁ ଡିଲ୍ ହୋଇଥିଲା । ଏବେ ସେହି ରେକର୍ଡକୁ ଭାଙ୍ଗିଦେଇଛି ଇଣ୍ଡିଗୋ ଏୟାରଲାଇନ୍ସ।
କୁହାଯାଉଛି ଯେ ୫୦୦ ଏୟାରବସ ଏ୩୨୦ ଫ୍ୟାମିଲି ଏୟାରକ୍ରାଫ୍ଟ କିଣିବା ପାଇଁ ଇଣ୍ଡିଗୋ ୫୦ ଆରବ ଡଲାର ଅର୍ଥାତ ୪.୦୯ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବ । ଇଣ୍ଡିଗୋର ଏହି ଅର୍ଡରରେ ଏ୩୨୦ ନିୟୋ, ଏ୩୨୧ ନିୟୋ ଏବଂ ଏ୩୨୧ ଏକ୍ସଏଲଆର ଏୟାରକ୍ରାଫ୍ଟ ସାମିଲ ଅଛି । ବର୍ତ୍ତମାନ ଇଣ୍ଡିଗୋ ପାଖରେ ୩୦୦ରୁ ଅଧିକ ବିମାନ ଅଛି । ଏହା ବ୍ୟତୀତ ତା ପାଖରେ ମୋଟ ୪୮୦ ବିମାନର ପୂର୍ବ ଅର୍ଡର ମଧ୍ୟ ଅଛି, ଯାହାକି ୨୦୩୦ ଶେଷ ସୁଦ୍ଧା ଡେଲିଭର ହେବା ନେଇ ଆଶା କରାଯାଉଛି ।
Powered by Froala Editor