ଦର୍ଶକଙ୍କ ମନ ଛୁଇଁ ପାରିଲାନି ୫୦୦ କୋଟି ବଜେଟର ‘ଆଦିପୁରୁଷ’, ଜାଣିଛନ୍ତି କି ରାମାୟଣର ବଜେଟ୍ କେତେ ଥିଲା?

୫୦୦ କୋଟି ବଜେଟର ଫିଲ୍ମ ‘ଆଦିପୁରୁଷ’ ରିଲିଜ ହେବାର ପ୍ରଥମ ଦିନରେ ୧୦୦ କୋଟିରୁ ଅଧିକ ଆୟ କରିଥିଲା । ପ୍ରଭାସଙ୍କ ଫ୍ୟାନମାନେ ବେଶୀ ସଂଖ୍ୟାରେ ଫିଲ୍ମ ପାଇଁ ଟିକେଟ ବୁକ୍ କରିଥିଲେ । ହେଲେ ଧୀରେ ଧୀରେ ଏହି ଫିଲ୍ମକୁ ନେଇ ଅସନ୍ତୋଷ ବଢୁଛି । ,ହାର ସଂଳାପ ଓ ଭିଏଫଏକ୍ସ କୁ ଲୋକେ ତୀବ୍ର ବିରୋଦ କରୁଛନ୍ତି । ଏପରିକି ସମସ୍ତେ ୯୦ ଦଶକରେ ରାମାନନ୍ଦ ସାଗରଙ୍କ ଦ୍ୱାରା ହୋଇଥିବା ରାମାୟଣ ସହ ତୁଳନା କରୁଛନ୍ତି । ସେବେକାର ରାମାୟଣ ଓ ଆଦିପୁରୁଷ ଭିତରେ ଆକାଶ ପାତାଳ ତଫାତ୍ ଅଛି ବୋଲି କହୁଛନ୍ତି ।
ହେଲେ ଆପଣ ଜାଣିଛନ୍ତି କି, ୫୦୦ କୋଟି ଟଙ୍କାରେ ଫିଲ୍ମ ଆଦିପୁରୁଷ ନିର୍ମାଣ ହୋଇଥିବାବେଳେ, ରାୟାୟଣ ସିରିଏଲ୍ କେତେ ଟଙ୍କାରେ ନିର୍ମାଣ କରାଯାଇଥିଲା?
ରିପୋର୍ଟ ମୁତାବକ, ସେତେବେଳେ ଏହି ରାମାୟଣ ସିରିଏଲର ଗୋଟିଏ ଏପିସୋଡ୍ ନିର୍ମାଣ କରିବାକୁ ମୋଟ ୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିଲା । ଏହି ସିରିଏଲ ପ୍ରସାରିତ ହେବା ପରେ ଏହା ଗୋଟିଏ ଏପିସୋଡ୍ ପିଛା ୪୦ ଲକ୍ଷ ଟଙ୍କା ରୋଜଗାର କରିଥିଲା । ରାମାୟଣ ସିରିଏଲରେ ସେତେବେଳେ ମୋଟ ୭ କୋଟି ଟଙ୍କା ଖର୍ଚ୍ଚା କରାଯାଇଥିଲା । ଜବାବରେ ଏହା ମୋଟ ୨୩ କୋଟି ଟଙ୍କା ରୋଜଗାର କରିଥିଲା ।
ସୂଚନାଯୋଗ୍ୟ ଯେ, ୧୯୮୭ ମସିହାରେ ଏହି ରାମାୟଣ ସିରିଏଲ୍ ପ୍ରସ୍ତୁତ କରାଯାଇଥିଲା । ଯାହାକି ଦୂରଦର୍ଶନ ମାଧ୍ୟମରେ ପ୍ରସାରିତ ହେଉଥିଲା । ରାମାୟଣର ପ୍ରତିଟି ଏପିସୋଡ୍ ୩୫ ମିନିଟ୍ ବିଶିଷ୍ଟ ହେଇଥିବାବେଳେ, ଏହାର ମୋଟ ୭୮ଟି ଏପିସୋଡ୍ ପ୍ରସ୍ତୁତ କରାଯାଇଥିଲା ।
ଟିଭି ଦୁନିଆରେ ଅନେକ ସିରିଏଲ୍ ପ୍ରସାରଣ ହେଇଛି, ହେଲେ ରାମାନନ୍ଦ ସାଗରଙ୍କ ରାମାୟଣର ମୁକାବିଲା ଆଜି ପର୍ଯ୍ୟନ୍ତ କେହି ବି କରିପାରିନାହାଁନ୍ତି । ଏହି ରାମାୟଣରେ ଅରୁଣ ଗୋଭିଲ ରାମ ଚରିତ୍ରରେ ନଜର ଆସିଥିବାବେଳେ, ସମସ୍ତେ ତାଙ୍କୁ ଆଜି ବି ଜୀବନ୍ତ ଭଗବାନ ଭାବେ ପୂଜା କରନ୍ତି ।
Powered by Froala Editor