ନ୍ୟୁୟର୍କରେ ପାଳନ ହେବ ଦୀପାବଳି ଛୁଟି, ବିଲ୍ ପାରିତ

ନ୍ୟୁୟର୍କରେ ହେବ ଦୀପାବଳି ଛୁଟି । ଏ ନେଇ ନ୍ୟୁୟର୍କ ରାଜ୍ୟ ବିଧାନସଭା ଗତ ସପ୍ତାହରେ ଏହି ବିଲ୍ ଆଗତ ହୋଇଛି । ଏହି ଆଇନ ପାରିତ ହେବା ପରେ ମେୟର ଏରିକ୍ ଆଡାମ୍ସ କହିଛନ୍ତି, ଦୀପାବଳିକୁ ପାଳନ କରୁଥିବା ୨ ନିୟୁତରୁ ଅଧିକ ନ୍ୟୁୟର୍କବାସୀଙ୍କ ପାଇଁ ସ୍କୁଲ ଛୁଟି ଘୋଷଣା କରିପାରିବେ। ଏହା ଦ୍ୱାରା ନ୍ୟୁୟର୍କରେ ରହୁଥିବା ହିନ୍ଦୁ, ଶିଖ, ଜୈନ କିମ୍ବା ବୌଦ୍ଧ ସମ୍ପ୍ରଦାୟର ଭାରତୀୟମାନେ ଉପକୃତ ହେବେ।
ଗତ ସପ୍ତାହରେ ଅଧିବେଶନ ଶେଷ ହେବା ପୂର୍ବରୁ ଉଭୟ ସିନେଟ୍ ଓ ବିଧାନସଭାରେ ମତଦାନ ହୋଇଥିଲା। ଏବେ ଏ ସଂକ୍ରାନ୍ତରେ ଆଇନ ପ୍ରଣୟନ ପାଇଁ ଗଭର୍ଣ୍ଣର କ୍ୟାଥି ହୋଚୁଲଙ୍କ ନିକଟକୁ ବିଲ୍ ପଠାଯାଇଛି । ଗଭର୍ଣ୍ଣରଙ୍କ ସ୍ବାକ୍ଷର ପରେ ଏହା ଆଇନରେ ପରିଣତ ହେବ ।
କେବଳ ନ୍ୟୁୟର୍କ ନୁହେଁ, ଆମେରିକା ସରକାର ବି ଦୀପାବଳିକୁ ଛୁଟି ଘୋଷଣା କରିବାକୁ ଯୋଜନା କରୁଛନ୍ତି । ଯଦି ଦୀପାବଳି ଦିବସ ଆଇନକୁ ରାଷ୍ଟ୍ରପତି ଆଇନରେ ପରିଣତ କରନ୍ତି, ତେବେ ଦୀପାବଳି ପର୍ବ ଆମେରିକାରେ ଦ୍ୱାଦଶ ସ୍ୱୀକୃତିପ୍ରାପ୍ତ ଛୁଟିରେ ପରିଣତ ହେବ ।
Powered by Froala Editor