ରବି ସିହ୍ନା RAW ମୁଖ୍ୟ ଭାବେ ନିଯୁକ୍ତ
ବରିଷ୍ଠ ଆଇପିଏସ୍ ଅଧିକାରୀ ରବି ସିହ୍ନାଙ୍କୁ ଭାରତୀୟ ଗୁଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW)ର ପରବର୍ତ୍ତୀ ମୁଖ୍ୟ ନିଯୁକ୍ତ କରାଯାଇଛି । ସୋମବାର ତାଙ୍କର ଏହି ନୂଆ ନିଯୁକ୍ତି ଉପରେ ବାଜିଛି କ୍ୟାବିନେଟ ଆପଏଣ୍ଟମେଣ୍ଟସ୍ କମିଟିର ମୋହର। ତାଙ୍କୁ ୨ ବର୍ଷ ପାଇଁ ଏହି ନିଯୁକ୍ତି ମିଳିଛି।
ବର୍ତ୍ତମାନ RAWର ମୁଖ୍ୟ ଥିବା ସାମନ୍ତ କୁମାର ଗୋଏଲ ଆସନ୍ତା ଜୁନ୍ ୩୦ ତାରିଖରେ ଅବସର ନେବେ। ସେ ଅବସର ନେବା ପରେ ଦାୟିତ୍ୱ ଗ୍ରହଣ କରିବେ ରବି ସିହ୍ନ।
୧୯୮୮ ବ୍ୟାଚ ଛତିଶଗଡ଼ କ୍ୟାଡରର ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀ ସିହ୍ନା ବର୍ତ୍ତମାନ କ୍ୟାବିନେଟ୍ ସଚିବାଳୟରେ ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସିହ୍ନାଙ୍କୁ ଦୁଇ ବର୍ଷ ପାଇଁ ର’ ର ସଚିବ ଭାବେ ନିଯୁକ୍ତ କରିବାକୁ କ୍ୟାବିନେଟ୍ ର ନିଯୁକ୍ତି କମିଟି ଅନୁମୋଦନ କରିଛି । ପୁଲିସ ମହଲରେ ସେ ଅପରେସନ ମ୍ୟାନ ଭାବେ ପରିଚିତ ।
Powered by Froala Editor