ଚେକ୍ ବାଉନ୍ସ ମାମଲାରେ ଅଦାଲତରେ ହାଜର ହେଲେ ଅଭିନେତ୍ରୀ ଅମିଷା

ରାଞ୍ଚି : ଚେକ୍ ବାଉନ୍ସ ମାମଲାରେ ଅଭିନେତ୍ରୀ ଅମିଷା ପଟେଲ ଶନିବାର ରାଞ୍ଚି ଦେୱାନୀ ଅଦାଲତରେ ହାଜର ହୋଇଛନ୍ତି। ସିନିୟର ଡିଭିଜନ ବିଚାରପତି ଡିଏନ୍ ଶୁକ୍ଳା ତାଙ୍କୁ ଜାମିନ ପ୍ରଦାନ କରିବା ସହିତ ଆସନ୍ତା ୨୧ ତାରିଖରେ ପୁଣି ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୮ ମସିହାରେ ଝାଡ଼ଖଣ୍ଡର ସିନେମା ପ୍ରଯୋଜକ ଅଜୟ କୁମାର ସିଂହ ଅଭିନେତ୍ରୀଙ୍କ ବିରୋଧରେ ଠକେଇ ଏବଂ ଚେକ୍ ବାଉନ୍ସ ମାମଲା ରୁଜୁ କରିଥିଲେ। ଉକ୍ତ ମାମଲାରେ ଅଦାଲତ ଅମିଷାଙ୍କୁ ଏକାଧିକ ଥର ସମନ୍ କରିଥିଲେ ମଧ୍ୟ ସେ ହାଜର ହୋଇ ନଥିଲେ। ପରେ ଅଦାଲତ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ ବୋଲି ଅଭିଯୋଗକାରାଙ୍କ ଆଇନଜୀବୀ ବିଜୟ ଲକ୍ଷ୍ମୀ ଶ୍ରୀବାସ୍ତବ କହିଛନ୍ତି। ଅଭିଯୋଗ ମୁତାବକ, ଅଜୟ ସିଂହ ଦେଶୀ ମ୍ୟାଜିକ ନାମକ ଏକ ସିନେମା ପାଇଁ ଅଭିନେତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସେ ୨.୫ କୋଟି ଟଙ୍କା ପ୍ରେରଣ କରିଥିଲେ। କିନ୍ତୁ ଅମିଷା ଏହି ସିନେମା କରିବାକୁ ପରବର୍ତ୍ତୀ ପର୍ଯ୍ୟାୟରେ ଆଗଭର ହେଲେନାହିଁ। ସିଂହଙ୍କ ନିକଟକୁ ସେ ୨.୫୦ କୋଟି ଟଙ୍କାର ଏକ ଚେକ୍ ପଠାଇଥିଲେ ମଧ୍ୟ ତାହା ବାଉନ୍ସ ହୋଇଯାଇଥିଲା।
Powered by Froala Editor