କଳଙ୍କ ଲଗାଇଲେ କୁଳପତି, ଲାଞ୍ଚ ନେଇ ଧରାପଡ଼ିଲେ
୫୦ ହଜାର ଟଙ୍କା ଲାଞ୍ଚ ହେଉଥିବା ବେଳେ ତେଲେଙ୍ଗାନା ବିଶ୍ୱବିଦ୍ୟାଳୟର କୁଳପତି ଡି ରବୀନ୍ଦ୍ର ଡାଚେପଲ୍ଲୀଙ୍କୁ ଗିରଫ କରାଯାଇଛି। ସେ ହାଇଦ୍ରାବାଦ ସ୍ଥିତ ତାଙ୍କ ଘରେ ଲାଞ୍ଚ ନେଉଥିବା ବେଳେ ଦୁର୍ନୀତି ନିବାରଣ ଅଧିକାରୀମାନଙ୍କ ଦ୍ୱାରା ଧରାପଡ଼ିଥିଲେ।
୬୩ ବର୍ଷୀୟ ଡି ରବୀନ୍ଦ୍ର ଡାଚେପଲ୍ଲୀଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ସେ ଦସାରୀ ଶଙ୍କର ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଏହି ଟଙ୍କା ଗ୍ରହଣ କରିଥିଲେ। ଦସାରୀ ଶଙ୍କର ଭୀମଗଲର ବାସିନ୍ଦା। ତାଙ୍କର ସେଠାରେ ଏକ କଲେଜ ଅଛି। ତାଙ୍କ କଲେଜ ପାଇଁ ଏକ ପରୀକ୍ଷା କେନ୍ଦ୍ର ଆବଣ୍ଟିତ କରିବାକୁ କୁଳପତି ଡି ରବୀନ୍ଦ୍ର ଡାଚେପଲ୍ଲୀ ତାଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
ଲାଞ୍ଚ ଟଙ୍କା ନେଉଥବା ବେଳେ ଏସିବିର ଅଧିକାରୀମାନେ ତାଙ୍କୁ ଗିରଫ କରିିଥିଲେ। କୁଳପତିଙ୍କୁ ହାଇଦ୍ରାବାଦର ସ୍ବତନ୍ତ୍ର ବିଚାରପତିଙ୍କ କୋର୍ଟରେ ହାଜର କରାଯାଇଛି। ଏନେଇ ଅଧିକାରୀମାନେ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି।
Powered by Froala Editor